ରିପୋର୍ଟ କାର୍ଡ / ପୁରୀ
ମହାପ୍ରଭୁଙ୍କ ବନକଲାଗି ଦେଢ଼ ମାସ ବନ୍ଦ ରହିବା ପରେ ଆଜି ଅନୁଷ୍ଠିତ ହେବ। ଗୁରୁବାର ଆଶ୍ବିନ-କୃଷ୍ଣ ଷଷ୍ଠୀ ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି ଚୂଡ଼ାନ୍ତ ହୋଇଛି। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଜି ସ୍ପଷ୍ଟ କରିଛି। ନୀଳାଦ୍ରି ବିଜେ ପରେ ବନକଲାଗିକୁ ନେଇ ବିବାଦ ଦେଖା ଦେଇଥିଲା। ବୁଧବାର ବନକଲାଗି ହେବ କି ଗୁରୁବାର, ଏହାକୁ ନେଇ ଅଡ଼ୁଆ ନ ତୁଟିବାରୁ ରଥଯାତ୍ର ପରେ ପରେ ପ୍ରାୟ ଦେଢ଼ ମାସ ମହାପ୍ରଭୁଙ୍କ ବନକଲାଗି ଅଟକି ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି କରିବାକୁ ଜିଦ୍ ଧରିଥିଲା।ଅନ୍ୟପଟେ ଦତ୍ତ ମହାପାତ୍ର ସେବକ ଗୁରୁବାର ବନକଲାଗି କରିବାକୁ ଜିଦ୍ ଧରିଥିଲେ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..