ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉପରମୁଣ୍ଡରୁ କମିବାରେ ଲାଗିଛି ବନ୍ୟାଜଳ ପ୍ରବାହ। ଫଳରେ ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ ବନ୍ଦ ହୋଇଛି । ବର୍ତ୍ତମାନ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ ୩୭ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୨୩ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଏହିଭଳି ବନ୍ୟାଜଳ ପ୍ରବାହ କମିଲେ ଆହୁରି ଗେଟ୍ ବନ୍ଦ ହେବାର ସମ୍ଭାବନା ରହିଛି । ଉଲ୍ଲେଖଯୋଗ୍ୟ ଯେ, ଗତ ୧୪ ତାରିଖ ଜଳଭଣ୍ଡାରକୁ ୧ ଲକ୍ଷ ୬୭ ହଜାର ୨୭ କ୍ୟୁସେକ ଜଳ ପ୍ରବେଶ କରୁଥିଲା ବେଳେ ୧୫ ତାରିଖ ରାତି ୯ଟାରେ ୪ ଲକ୍ଷ ୨୧ ହଜାର ୨୮୫ କ୍ୟୁସେକ ପ୍ରବେଶ କରୁଥିଲା। ସେହିପରି ୧୬ ତାରିଖ ରାତି ୯ଟାରେ ୫ ଲକ୍ଷ ୧୨ ହଜାର ୨୪୦ କ୍ୟୁସେକ ଜଳ ପ୍ରବେଶ କରୁଥିଲା, କିନ୍ତୁ ଶୁକ୍ରବାର ସନ୍ଧ୍ୟା ୬ଟାରେ ୪ ଲକ୍ଷ ୨୨ ହଜାର ୧୯୯ କ୍ୟୁସେକ୍ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିଥିଲା । ଶନିବାର ୩ ଲକ୍ଷ ୩୭ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୨୩ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।
Discussion about this post