ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର-ନୂଆଦିଲ୍ଲୀ ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ମଝି ଆକାଶରୁ ଫେରି ଆସିଲା ବିମାନା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିବା ଜଣାପଡିଛି | ଆଜି ସକାଳ ୭ଟା ୫୦ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ପାଇଁ ଉଡ଼ିଥିଲା ଇଣ୍ଡିଗୋର 6E 2065 ବିମାନା ତେବେ ଉଡ଼ାଣ କରିବାର ୨୦ରୁ ୨୫ ମିନିଟ୍ ଭିତରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏଥିପାଇଁ ପାଇଲଟ୍ ବିମାନଟିକୁ ଭୁବନେଶ୍ୱର ବିମାନ ବନ୍ଦରକୁ ପୁଣି ଫେରାଇ ଆଣିଥିଲେ। ଏହାସହ ଯାତ୍ରୀମାନଙ୍କୁ ବିମାନରୁ ଉହ୍ଲାଇଯିବାକୁ କୁ଼ହାଯାଇଥିଲା।ଏହି ବିମାନଟି ଆଉ ଉଡ଼ାଣ କରିବ ନାହିଁ ବୋଲି ସୂଚନା ମିଳିଛି। ଯାତ୍ରୀମାନେ କିପରି ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ଓ ଇଣ୍ଡିଗୋ ପକ୍ଷରୁ ଏନେଇ କ’ଣ ବ୍ୟବସ୍ଥା କରାଯାଉଛି ତାହା ମଧ୍ୟ ଜଣାପଡ଼ି ନାହିଁ। ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ଯାତ୍ରୀମାନେ।






More Stories
୨୩ ରୁ ହାଇକୋର୍ଟ ବନ୍ଦ…..
ମୁଖ୍ୟମନ୍ତ୍ରୀ ଜାରି କଲେ ୮ସୂତ୍ରୀ ମାର୍ଗଦର୍ଶିକା…..
ବେଆଇନ ନିଯୁକ୍ତି ନେଇ ତାଗିଦ…..