ରିପୋର୍ଟ କାର୍ଡ /ଭୁବନେଶ୍ୱର
ଡମଣାସ୍ଥିତ ଏକ ଆପାର୍ଟମେଣ୍ଟରୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକ ହେଲେ ସ୍ଥାନୀୟ ଏକ ଦାମୀ ହୋଟେଲ୍ରେ ସେଫ୍ ଭାବେ କାମ କରୁଥିବା ଭଦ୍ରକର ପ୍ରଭୁପଦ ମହାରଣା ବୋଲି ଜଣାପଡିଛି । ଆଜି ସକାଳେ ସେ ତାଙ୍କ ପ୍ରେମିକାଙ୍କୁ ଭିଡିଓ କଲ୍ କରି ନିଜ ରୁମ୍ରେ ଫ୍ୟାନ୍ରେ ଝୁଲିପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେଣୁ ପ୍ରେମ ପ୍ରତାରଣାର ଶିକାର ହୋଇ ପ୍ରଭୁପଦ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଏନେଇ ପରିବାର ପକ୍ଷରୁ ମଧ୍ୟ ଉପଯୁକ୍ତ ତଦନ୍ତ ପାଇଁ ପୋଲିସ କୁ ଅନୁରୋଧ କରାଯାଇଛି। ପୋଲିସ ପ୍ରଭୁପଦଙ୍କ ମୋବାଇଲ୍ ଜବତ କରି ତଦନ୍ତ କରୁଥିବା ସୂଚନା ମିଳିଛି |






More Stories
ବ୍ରହ୍ମପୁରରେ ପୁଣି ଏନ୍କାଉଣ୍ଟର…..
ଟ୍ରେନ୍ରେ ସେଲ୍ଫି ନେବା ବେଳେ ଜଳିଗଲେ…..
ବଦଳିଲେ ୧୧ ଜିଲ୍ଲା ଏସ୍ପି…..