ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଶାନ୍ତ ହୋଇ ପଡ଼ିଲାଣି ରାଜଧାନୀ ଭୁବନେଶ୍ୱର। ପଞ୍ଚାୟତ ନିର୍ବାଚନକୁ ନେଇ ହଠାତ୍ ଗୋଷ୍ଠୀ ସଂଘର୍ଷର ରୂପ ନେଇଛି । ଦୁଇ ୱାର୍ଡ ବାସିନ୍ଦା ମୁହାଁମୁହିଁ ହେବାରୁ ବହୁ ଲୋକ ଆହତ ହୋଇଛନ୍ତି।ପଟିଆ ପଦ୍ମକେଶରପୁରରେ ଦେଖିବାକୁ ମିଳିଛି ଏପରି ଉତ୍ତେଜନା। ପ୍ରାୟ ଦୁଇ ବର୍ଷ ହେବ ପଞ୍ଚାୟତ ନିର୍ବାଚନ ସରିଥିବା ସତ୍ତ୍ୱେ ପଟିଆ ପଦ୍ମକେଶରପୁରରେ ଏବେ ବି ଲାଗି ରହିଛି ନିର୍ବାଚନୀ ହିଂସା । ଗତ ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୦ ରୁ ଅଧିକ ଆହତ ହୋଇଥିବା ବେଳେ ଗତକାଲି ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଛି। ଗତକାଲି କଥା କଟାକଟିକୁ ନେଇ ଗାଁର ଦୁଇ ୱାର୍ଡ ମଧ୍ୟରେ ପଥର ମାଡ ସହ ବୋତଲ ମାଡ ହୋଇଛି। ଏଥିରେ ଉଭୟ ପଟରୁ ଏକାଧିକ ଲୋକ ଆହତ ହୋଇଛନ୍ତି । ଖବର ପାଇ ମଞ୍ଚେଶ୍ୱର ଆଇଆଇସିଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।






More Stories
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……