ରିପୋର୍ଟ କାର୍ଡ / କଟକ
ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। ୨୦୨୫ ଫେବ୍ରୁଆରି ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ସିରିଜ୍ର ଦ୍ବିତୀୟ ଏକଦିବସୀୟ ମ୍ୟାଚ୍ | ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଶେଷଥର ପାଇଁ ଏଠାରେ ୨୦୨୨ ଜୁନ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ବାରବାଟୀ ଷ୍ଟାଡିୟମ ନବୀକରଣ ପ୍ରକଳ୍ପ ଘୋଷଣା ହେବା ପରେ ନିକଟରେ ବାରବାଟୀକୁ ମ୍ୟାଚ୍ ମିଳିବାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ଶେଷରେ ଦୂର ହୋଇଛି। ସୂଚନା ଅନୁଯାୟୀ ୨୦୨୫ ଜାନୁଆରି ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ଦ୍ବିପାକ୍ଷିକ ସିରିଜ୍ରେ ଇଂଲଣ୍ଡ୍ ବିପକ୍ଷରେ ଭାରତ ୫ଟି ଟ୍ବେଣ୍ଟି-୨୦ ଓ ତିନୋଟି ଏକଦିବସୀୟ ମ୍ୟାଚ୍ ଖେଳାଯିବ। ଫେବ୍ରୁଆରି ୬ରୁ ୧୨ ତାରିଖ ମଧ୍ୟରେ ତିନୋଟି ଏକଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ନାଗପୁରରେ ପ୍ରଥମ ଏକଦିବସୀୟ ଅନୁଷ୍ଠିତ ହେବାକୁ ଥିବା ବେଳେ ବାରବାଟୀରେ ଦ୍ବିତୀୟ ଓ ଅହମ୍ମଦାବାଦରେ ତୃତୀୟ ଏକଦିବସୀୟ ମ୍ୟାଚ୍ ଖେଳାଯିବ। ବାରବାଟୀ ନବୀକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୁରୁଣା ବାରବାଟୀରେ ଭାରତ-ଇଂଲଣ୍ଡ ତା’ର ଶେଷ ମ୍ୟାଚ୍ ଖେଳିବ ବୋଲି ଚର୍ଚ୍ଚା ହେଉଛି। ଏହି ମ୍ୟାଚ୍ ପରେ ବାରବାଟୀ ନବୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଉଛି।






More Stories
ହକି ଇଣ୍ଡିଆ ଡିଜିଙ୍କୁ ଜବାବ ମାଗିଲେ ଦିଲୀପ…..
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..
ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷିତ…..