ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୪ ଟନ୍ ଗୋମାଂସ ବୋଝେଇ ଏକ କଣ୍ଟେନର ଜବତ ହୋଇଛି | ଗୋମାଂସ ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ଶନିବାର ଭୋର ସମୟରେ କଲିକତାରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ କଣ୍ଟେନରରେ ୨୪ ଟନ୍ ଗୋମାଂସ ଚାଲାଣ ହେଉଥିଲା । ଏ ନେଇ ଖବର ପାଇ ଖୋର୍ଦ୍ଧା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ୧୬ ନମ୍ବର ଜାତୀୟ ରାଜପଥ ଗ୍ରୀନ୍ ଚିଲି ନିକଟରେ ଅଟକାଇଥିଲେ । ଏଥିରେ ଗୋମାଂସ ଚାଲାଣଥିବା ଜଣାପଡିବା ପରେ ଟାଉନ୍ ପୋଲିସ ଜିମା ଦେଇଥିଲେ । ପୋଲିସ ଜବତ ହୋଇଥିବା ମାଂସର ମାନ ଏବଂ ଗୋମାଂସ କି ଅନ୍ୟ କୌଣସି ତାହା ଯାଞ୍ଚ କରୁଛି । ଡ୍ରାଇଭରକୁ ଆଦର୍ଶ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଥିବା ନେଇ ସୂଚନା ମିଳିଛି ।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….