ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଭିତରେ ଆସିଛି ବଡ଼ ଖବର। ପିସିସି ସଭାପତି ଭକ୍ତ ଦାସଙ୍କୁ ପୋଲିସ ଆରେଷ୍ଟ କରିଛି। ଆନ୍ଦୋଳନସ୍ଥଳରୁ ଭକ୍ତଙ୍କୁ ଉଠାଇ ନେଇଛି ପୋଲିସ। ଲୋୟର ପିଏମଜିରୁ ଆସିଲା ବଡ଼ ଖବର। ବିଧାନସଭା ଘେରାଉବେଳେ ଭକ୍ତଙ୍କୁ ଉଠାଇ ନେଇଛି ପୋଲିସ। ସେହିପରି ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁଙ୍କୁ ପୋଲିସ ଉଠାଇ ନେଇଛି। ଓଡ଼ିଶା ବନ୍ଦକୁ ଜୋରଦାର କରିଛି କଂଗ୍ରେସ। ଯେଉଁଥିରେ ପୂରା ରାଜଧାନୀ ଉଠୁଛି ପଡୁଛି। କଂଗ୍ରେସ ଲୋୟର ପିଏମଜିରେ ଗୋଟିଏ ବ୍ୟାରିକେଡ ଭାଙ୍ଗି ସାରିଥିବାବେଳେ ଯୁବ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ପାଇଁ ଆଉ ଗୋଟିଏ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରୁଛି। ତେବେ ଗିରଫବେଳେ ଭକ୍ତ ଦସ ବଡ଼ ବୟାନ ଦେଇଛନ୍ତି। ସେ ଆନ୍ଦୋଳନସ୍ଥଳରୁ କହିଛନ୍ତି, ଆନ୍ଦୋଳନ ଯେତେଯାଏ ହେବ ମୁଁ ହଟିବି ନାହିଁ। ପଛଘୁଞ୍ଚା ନାହିଁ ବୀରର ଜାତକେ। ମୋହନ ମାଝୀଙ୍କୁ ଆଜି ଗାଦି ଛାଡିବାକୁ ପଡିବ। ମୋତେ ପୋଲିସ ଉଠାଇବେ, ସମସ୍ତଙ୍କୁ ଉଠାଇବେ। ହେଲେ ବି ଆନ୍ଦୋଳନ ଜୋରଦାର ହେବ। ଗତକାଲି ଏକ କାର୍ଯ୍ୟକ୍ରମରେ ମୁଁ ମନମୋହନ ସାମଲଙ୍କୁ କହିଥିଲି, ପୀଡିତାଙ୍କୁ ନ୍ୟାୟ ଦିଅନ୍ତୁ ମୁଁ ଆଜି ହିଁ ଆନ୍ଦୋଳନ ଡାକରା ଫେରାଇନେବି। ହେଲେ ଅହଙ୍କାରୀ ସରକାର ଏଥିରେ ରାଜି ହେଲେ ନାହିଁ।






More Stories
ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!…..
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..