ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ଯୋଜନାକୁ ବିରୋଧ କରି ଦେଶର ଅଧାରୁ ଅଧିକ ରାଜ୍ୟରେ ନିଆଁ ଜଳୁଥିବା ବେଳେ, ଅନେକ ସ୍ଥାନରେ ଆନ୍ଦୋଳନ ଯୋଗୁ ରେଳସେବା ଅଧିକ କ୍ଷତିଗ୍ରସ୍ତ ହୋଇଛି । ଆନ୍ଦୋଳନକାରୀ ମାନେ ଅନେକ ଟ୍ରେନ୍ରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ମଧ୍ୟ ବିଭିନ୍ନ ରେଳ ସେବା ବନ୍ଦ କରିଦିଆଯାଇଛି । ହେଲେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ‘ଅଗ୍ନିପଥ’କୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ତେଣୁ ପରିସ୍ଥିତିକୁ ନଜରେ ରଖି ଜିଆରପି ଓ ଆରପିଏଫ୍ ହାଇଆଲର୍ଟରେ ରହିଛନ୍ତି । ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି । ପ୍ରଦର୍ଶନକାରୀଙ୍କ ଉପରେ ନଜର ରଖିବାକୁ ଉଚ୍ଚ କର୍ତ୍ତୃପକ୍ଷ ଉଭୟ ସୁରକ୍ଷାବଳକୁ ନିର୍ଦ୍ଦେଶ ଦେଇଛନ୍ତି। ତାହାସହ , ବିଭିନ୍ନ ରାଜ୍ୟରେ ଏବଂ ବିଶେଷ କରି ବିହାର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ‘ଅଗ୍ନିପଥ’ ଯୋଜନା ବିରୋଧରେ ବ୍ୟାପକ ହିଂସାତ୍ମକ ପ୍ରତିବାଦ ହୋଇଛି। ଏହା ପଛରେ ସଶସ୍ତ୍ର ସେନାରେ ନିଯୁକ୍ତି ପାଇଁ ଯୁବକମାନଙ୍କୁ ପ୍ରସ୍ତୁତ କରାଉଥିବା କୋଚିଂ ସେଣ୍ଟରଗୁଡ଼ିକର ହାତ ରହିଥିବା ପୋଲିସ ସନ୍ଦେହ କରୁଛି।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..