ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଗତ ବର୍ଷ ଅନେକ ମାସ ଧରି ଥିଏଟର ମାନଙ୍କରେ ତାଲା ପଡ଼ିଥିଲା । ଏଥିରୁ ଆଶ୍ୱସ୍ତି ମିଳିବା ପରେ ଏବେ ନିର୍ଦ୍ଦେଶକ ଓ ନିର୍ମାତା ମାନେ ପୁଣିଥରେ ନିଜ ସିନେମାକୁ ପରଦା ଉପରକୁ ନେବାକୁ ଲାଗିପଡ଼ିଛନ୍ତି । ଏହି କ୍ରମରେ ଏକ ନୂଆ ଫିଲ୍ମ ଆସୁଛି। ନଭେମ୍ବର ମାସରେ ‘ଭୁଲଭୂଲିୟାଁ-୨’ ହିନ୍ଦୀ ମୁଭି ରିଲିଜ ହେବାକୁ ଯାଉଛି । କାର୍ତିକ ଆର୍ୟନ ଏବଂ କିୟାରା ଆଡୱାନୀଙ୍କ ଅଭୀନିତ ଫିଲ୍ମ ‘ଭୁଲଭୂଲିୟାଁ-୨’ ଆସନ୍ତା ୧୯ ନଭେମ୍ବରରେ ରିଲିଜ ହେବାକୁ ଯାଉଛି । ତେବେ ୨୦୦୭ରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଭୁଲଭୂଲିୟାଁ’ର ଏହା ହେଉଛି ସିକ୍ୟୁଏଲ୍ । ଏହି ଭୂଲଭୂଲିୟାଁ-୨ ମୁଭିକୁ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅନୀସ ବାଜମୀ ।
More Stories
ପଦ୍ମ ପୁରସ୍କାରରେ ସମ୍ମାନିତ ହେବେ ସୁପରଷ୍ଟାର ଅଜିତ କୁମାର…..
ତେଲଗୁ ସୁପରଷ୍ଟାର ମହେଶବାବୁଙ୍କୁ ଇଡି ସମନ…..
ପରଲୋକରେ ମନୋଜ କୁମାର….