ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ଔରଙ୍ଗବାଦ ଜିଲ୍ଲାରେ ବଜ୍ରପାତ ହେତୁ ଗୋଟିଏ ଦିନରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଚାଷ ଜମିରେ କାମ କରୁଥିବା ଲୋକଙ୍କ ଉପରେ ବଜ୍ରପାତ ଯୋଗୁଁ ଅଧିକାଂଶ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିବା ସହ ବଜ୍ରପାତରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଖରାପ ପାଣିପାଗ ଏବଂ ବର୍ଷା ସମୟରେ ଘରୁ ବାହାରକୁ ନ ଆସିବାକୁ ଶ୍ରୀ ନୀତୀଶ କୁମାର ଲୋକଙ୍କୁ ନିବେଦନ କରିଛନ୍ତି।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..