ରିପୋର୍ଟ କାର୍ଡ / ଭୁବନେଶ୍ୱର
ପରିସ୍ଥିତିକୁ ସହଜଭାବରେ ନିଅନ୍ତୁ ନାହିଁ । ସଂକ୍ରମଣ ରୋକିବାକୁ କମ୍ୟୁନିଟିର ବଡ଼ ଦାୟିତ୍ୱ ରହିଛି । ସମସ୍ତେ ସହଯୋଗରେ ହାତ ବଢାଇଲେ ସଂକ୍ରମଣକୁ ରୋକି ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିବା ସହ ଆମର ସର୍ଭେଲାନ୍ସ ଜାରି ରିହିଛି। ଲୋକମାନେ କୋଭିଡ କଟକଣାକୁ ମାନନ୍ତୁ । ଏହାଦ୍ୱାର ସଂକ୍ରମଣ ବଢାଇବାକୁ ସୁଯୋଗ ଦିଅନ୍ତୁ ନାହିଁ । କମ୍ୟୁନିଟିର ଗୋଟେ ବଡ ଦାୟିତ୍ୱ ରହିଛି । ସରକାରଙ୍କ ସହଭାଗିତାରେ ଟ୍ରାକିଙ୍ଗ ଆଉଟ ଆଉଟ୍ରେସିଙ୍ଗ ଜାରି ରହିଛି। ସରକାରଙ୍କ ସହଭାଗିତାରେ ପୂର୍ବପରି ପରିସ୍ଥିତିର ମୁକାବିଲା କରାଯିବ। କେନ୍ଦ୍ର ସରକାର ସାଧାରଣ ମାର୍ଗଦର୍ଶିକା ଜାରି କରି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଥିରେ କୁହାଯାଇଛି ପଜେଟିଭ ରେଟ ୧୦ ପ୍ରତିଶତ ଓ ଅକ୍ସିଜେନ ବେଡ଼ ଯଦି ୪୦ ପ୍ରତିଶତ ଆବଶ୍ୟକ ହେଉଛି ତାହାଲେ କଣ୍ଟେନମେଣ୍ଟ ମେଜର ନେବାକୁ କହିଛନ୍ତି। ଆମେ ସେହି ଦିଗରେ କାର୍ଯ୍ୟ କରୁଛୁ ।






More Stories
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..