ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଫଗାନିସ୍ତାନକୁ ବନ୍ଧୁକ ମୁନରେ ବଳ ପୂର୍ବକ ଦଖଲ ପରେ ଚିନ୍ତାରେ ତାଲିବାନ| ପୁନର୍ବାର ବିଶ୍ୱ ସମୁଦାୟଠାରୁ ସହଯୋଗ ପାଇଁ ନିବେଦନ କରିଛି । ଦୀର୍ଘ ୨୦ ବର୍ଷର ତଳର ଶାସନକୁ ପୁଣି ପ୍ରଚଳନ କରିଛି ତାଲିବାନ | ଅସହିଷ୍ଣୁତା, କ୍ରୁର ଆଚରଣକୁ ନେଇ ବିଶ୍ୱବ୍ୟାପୀ ନିନ୍ଦିତ ହେଉଛି | ଶୁକ୍ରବାର ତାଲିବାନ ବିଶ୍ୱ ସମୁଦାୟଙ୍କୁ ସାନି ନିବେଦନ କରି ଆଲୋଚନା ଜରିଆରେ ରହିଥିବା ଭୁଲ ବୁଝାମଣା ଦୂର କରିବା ଦିଗରେ ସହଯୋଗ କରିବାକୁ ନିବେଦନ କରିଛି । ଇସଲାମିକ ଏମିରେଟସ ଅଫ ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ ଅବଦୁଲ ଘନି ବରାଦରଙ୍କ ଉକ୍ତିକୁ ଉଦ୍ଧାର କରି ତାଲିବାନ ମୁଖପାତ୍ର ସୁହେଲ ସାହିନ କହିଛନ୍ତି, ଆଇଇଏ ବିଶ୍ୱର ସମସ୍ତ ରାଷ୍ଟ୍ର ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି । ଯଦି କାହାର କିଛି ସମସ୍ୟା ରହିଥାଏ ତେବେ ତାହା ଆଲୋଚନା ଓ ବୁଝାମଣା ଜରିଆରେ ସମାଧାନ କରିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି । ସେମାନେ କାହାର କିଛି କ୍ଷତି କରିବାକୁ ଚାହାନ୍ତି ନାହିଁ କିମ୍ବା ସେମାନଙ୍କର ସେଭଳି କିଛି ନୀତି ନାହିଁ । ଆଫଗାନିସ୍ତାନରେ ଭବିଷ୍ୟତରେ ଶାନ୍ତି ସ୍ଥାପନ ହେବ । ସୂଚନାଯୋଗ୍ୟ ଯେ ତାଲିବାନ ଆତଙ୍କି ଗୋଷ୍ଠୀ ଉପରେ ସାନି କଟକଣା ଜାରି କରବାକୁ ଆମେରିକା ସିନେଟରେ ଏକ ବିଲ୍ ଆଗତ ହେବା ଘଟଣାକୁ ନେଇ ସୁହେଲ ସାହିନ ନାରାଜ ଭାବ ପ୍ରକାଶ କରିଛନ୍ତି । ଏହାଦ୍ୱାରା ଆଫଗାନିସ୍ତାନରେ ଆମେରିକାର ବିଫଳ ନୀତିର ପୁନରାବୃତି ଘଟିବ ବୋଲି ସେ ସତର୍କ କରାଇ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ତାଲିବାନ ଉପରେ ନୂଆ କଟକଣା ଲଗାଇବାକୁ ଆମେରିକାର ୨୦ରୁ ଅଧିକ ସିନେଟ ସଦସ୍ୟ ଏକ ପ୍ରସ୍ତାବ ଆଣିଛନ୍ତି । ଏଥିସହିତ ଯେଉଁମାନେ ତାଲିବାନକୁ ସମର୍ଥନ କରୁଛନ୍ତି, ସେହି ଗୋଷ୍ଠୀ ଓ ସରକାରଗୁଡିକ ଉପରେ ମଧ୍ୟ କଟକଣା ଜାରି କରିବାକୁ ସେମାନେ ଦାବି କରିଛନ୍ତି ।
Discussion about this post