ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ପାଇଁ ଅଡ଼ୁଆ ସାଜିଛି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର। କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ବିଜେଡି ନିଜର ସାଂସଦ ପ୍ରାର୍ଥୀ କରିବା ପରେ ଖୋର୍ଦ୍ଧା ଓ ଭୁବନେଶ୍ୱର ବିଜେଡିରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ସାଂସଦ ପ୍ରାର୍ଥୀ କରି ୬ମାସ ଆଗରୁ ନିର୍ବାଚନମଣ୍ଡଳୀ ବୁଲାଇବା, ଦଳର ସ୍ଥାନୀୟ ନେତାମାନଙ୍କ ସହ ପରାମର୍ଶ ନକରି ଅଚାନକ ମନ୍ମଥଙ୍କୁ ଦଳରେ ମିଶାଇ ଟିକେଟ୍ ଦେବାପରେ ବିଜେଡି ହରଡ଼ଘଣାରେ ପଡ଼ିଛି। ଆଉ ଏପଟେ ଶ୍ରୀମୟୀ ସମ୍ପୂର୍ଣ୍ଣ ନିଖୋଜ ହୋଇଯାଇଛନ୍ତି ବୋଲି ଚର୍ଚ୍ଚା ଦେଉଛି । ଶ୍ରୀମୟୀଙ୍କ ମୋବାଇଲ୍ ଫୋନ ବନ୍ଦ ରହିଛି ଓ ସୋସିଆଲ ମିଡିଆରୁ ମଧ୍ୟ ନିଷ୍କ୍ରିୟ ଥିବା ଦେଖିବାକୁ ମିଳିଛି। ପରିସ୍ଥିତି ଏପରି ହୋଇଛି ଯେ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଧାୟକ ପ୍ରାର୍ଥୀମାନେ ଏବେ ନିଜ ଅଂଚଳରେ ପ୍ରଚାର କରିବାକୁ ବି ସାହାସ ଜୁଟାଇ ପାରୁନଥିବା ଜଣାପଡ଼ିଛି। ମହିଳା କାର୍ଡ ଖେଳୁଥିବା ବିଜେଡି ନିଜର ଜଣେ ଆଗଧାଡ଼ିର ନେତ୍ରୀଙ୍କୁ ଦୀର୍ଘ ୬ମାସ ବୁଲାଇବା ପରେ ଅଚାନକ ହଟାଇ ଦେଇ କଂଗ୍ରେସରୁ ଆସୁଥିବା ମନ୍ମଥଙ୍କୁ ଲୋକସଭା ଟିକେଟ୍ ଧରାଇ ଦେବାକୁ ନେଇ ଦଳୀୟ କର୍ମୀ ବିଶେଷକରି ଦଳର ମହିଳା ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..