ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିର ୨୪ ବର୍ଷ ଶାସନ ପରେ ଭାଜପା ରାଜ୍ୟରେ ପ୍ରଥମଥର ସରକାର ଗଢିଛି। ନୂଆ ସରକାରଙ୍କୁ ଟାର୍ଗେଟ୍ କରିବାରେ ବିଜେଡି | ଭାଜପା ମଧ୍ୟ କଡା ଜବାବ ଦେଉଛି। ଏହି କ୍ରମରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଦାବି କରିଥିଲେ, ବିଜେଡି ଆଜି ବି ଏକ ନମ୍ବର, ଆଜି ନିର୍ବାଚନ ହେଲେ ଦଳ ୧୪୦ ସିଟ ଜିତିବ। ସେପଟେ ପ୍ରମିଳାଙ୍କୁ ଜବାବ ଦେଇ ଜୟନାରାୟଣ କହିଛନ୍ତି, ଅମିତ ଶାହାଙ୍କ ଗୋଟିଏ ହ୍ବିସଲରେ ବିଜେଡି ଭାଙ୍ଗିଯିବ। ୧୪୦ କ’ଣ ଆଗ ୪୦ ଆସନ ଜିତି ବିଜେଡି ଦେଖାଉ। ଆମ ଦଳ ଭାଙ୍ଗୁନି ବରଂ ବିଜେଡି ଭାଙ୍ଗୁଛି। ବିଜେଡି ଆଗାମୀ ଦିନରେ ରହିବ କି ନାହିଁ ସେକଥା ଚିନ୍ତା କରନ୍ତୁ। ତାଙ୍କର ୨ ଏମ୍ପି ଆସିଲେଣି, ଜିଲାସ୍ତରରେ ଦଳ ମଧ୍ୟ କନ୍ଦଳ ଚାଲିଛି। ବିଜେଡିକୁ କିଭଳି ସମ୍ଭାଳି କରି ରଖିବେ ସେ କଥା ପ୍ରମିଳା ଚିନ୍ତା କରନ୍ତୁ ।
More Stories
ରାଜ୍ୟରେ ଗଡିବ ସବୁ ଘରୋଇ ବସ୍…..
ଏହି ଦିନ ଆସିବ ସୁଭଦ୍ରା ଟଙ୍କା…..
ସମାବେଶରେ ବର୍ଷିଲେ ରାହୁଲ…..