ରିପୋର୍ଟ କାର୍ଡ / ଭୁବନେଶ୍ବର
ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଲୋକସଭା ଭବନ ଘେରାଉ କରିବାକୁ ଅଗ୍ରସର ହେଉଥିବା ବିଜେଡି କର୍ମୀଙ୍କୁ ଲୋୟର ପିଏମଜିରେ ଅଟକାଇଥିଲା ପୋଲିସ । ଫଳରେ ବିଜେଡି କର୍ମୀ-ପୋଲିସ ମୁହାଁମୁହିଁ ହୋଇଥିଲେ । ବ୍ୟାରିକେଡ ଭାଙ୍ଗି ଲୋକସଭା ଭବନ ଆଡକୁ ଯିବାକୁ ପ୍ରୟାସ କରୁଥିବା ବେଳେ ଆନ୍ଦୋଳନକାରୀଙ୍କୁ ପାଣି ମାଡ କରିବା ସହ ଅଟକାଇଥିଲା । ପରେ ଶତାଧିକ ବିଜେଡି କର୍ମୀଙ୍କୁ ଗିରଫ କରାଯାଇଛି । ପୋଲିସ -ବିଜେଡି କର୍ମୀ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣାରେ ବିଭାଗୀୟ ମନ୍ତ୍ରୀଙ୍କ ଗିରଫ ଦାବି କରିଛି ବିଜେଡି ।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ