ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଗସ୍ତରେ ଯାଇଛନ୍ତି। । ରାଜ୍ୟ ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଥବା କୁହାଯାଇଛି। ଏହି ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟିକୁ ସେ ହସ୍ତାନ୍ତର କରିବେ। କେନ୍ଦ୍ରୀୟ କମିଟି ପ୍ରାର୍ଥୀ ତାଲିକା ଉପରେ ଚୂଡ଼ାନ୍ତ ମୋହର ମାରିବ। ଆଜି ଦିଲ୍ଲୀରେ କୋର କମିଟି ବୈଠକ ବସୁଛି। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଏଲ୍ ସନ୍ତୋଷ ପ୍ରମୁଖ ସାମିଲ ହେବେ। ତେଣୁ କୋର କମିଟି ବୈଠକରେ କାହା ନାଁରେ ଚୂଡ଼ାନ୍ତ ମୋହର ବାଜିବ ତା ଉପରେ ନଜର ରହିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..