ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକ ସଭା ନିର୍ବାଚନ ପାଇଁ ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଓଡ଼ିଶାର କାହାର ନାଁ ନାହିଁ। ତାଲିକାରେ କେବଳ ତାମିଲନାଡୁ ଓ ପୁଡୁଚେରୀର ପ୍ରାର୍ଥୀଙ୍କ ନାମ ସାମିଲ ରହିଛି। ଏପ୍ରିଲ ୧୯ରେ ପୁଡୁଚେରୀ ଓ ତାମିଲନାଡୁରେ ଭୋଟ ଗ୍ରହଣ ହେବ । ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ମଧ୍ୟ ରାଜ୍ୟରେ ବିଜେଡି-ଭାଜପା ମେଣ୍ଟକୁ ନେଇ ଦ୍ୱନ୍ଦ ଲାଗି ରହିଛି। ଆଜି ଘୋଷଣା ହୋଇଥିବା ଏହି ସମସ୍ତ ୧୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଦୁଇଜଣ ମହିଳା ପ୍ରାର୍ଥୀ ମଧ୍ୟ ଅଛନ୍ତି। ପୁଡୁଚେରୀରୁ ଏ.ନମ୍ୱସ୍ୱୀୟମ, ତାମିଲନାଡୁର ତିରୁବଲଲୁରରୁ ପନ ବି ବାଲାଗନପତି, ଚେନ୍ନାଇ ଉତ୍ତରରୁ ଆରସି ପଲ, ତିରୁବନାମଲାଈରୁ ଏ ଆସ୍ୱଥମାନ, ନମକଲରୁ କେପି ରାମଲିଂଗମ, ତିରୁପୂରରୁ ଏପି ମୁରୁଗାନନ୍ଦ, ପୋଲାଚିରୁ କେ.ବସନ୍ତରାଜନ୍, କରୁରୁରୁ ଭି.ଭି ସେଣ୍ଟିଲନାଥନ୍, ଚିଦାମ୍ବରମ୍ (ଏସସି) ରୁ ପି କାର୍ତ୍ତିୟୟିନୀ ପ୍ରମୁଖଙ୍କୁ ପ୍ରାର୍ଥୀ କରାଯାଇଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….