ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ନେତାଙ୍କୁ ଗୁଳି କରି ହତ୍ୟା ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରରେ ବିଜେପି ନେତା ମୋନୁ କଲ୍ୟାଣଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ମୋନୁ ଙ୍କର ମୃତ୍ୟୁ ହୋଇଛି। ମୋନୁ କଲ୍ୟାଣ କ୍ୟାବିନେଟ୍ ମନ୍ତ୍ରୀ କୌଳାଶ ବିଜୟବର୍ଗିୟଙ୍କ ଘନିଷ୍ଠ ବୋଲି କୁହାଯାଉଛି। ପୋଲିସ ସୂଚନା ମୁତାବକ, ଜେଲ ରୋଡ ସ୍ଥିତ ଉଷା ଫାଟକର ବାସିନ୍ଦା ମୋନୁ କଲ୍ୟାଣଙ୍କ ଆଜି ସକାଳେ ଏକ ରାଲି ଥିଲା। ଏଥିପାଇଁ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟାନର ଏବଂ ପୋଷ୍ଟର ଲଗାଉଥିଲେ। ଏହି ସମୟରେ ଦୁଇଜଣ ଯୁବକ ବାଇକରେ ଆସି ଚିମାନବାଗ ଛକ ନିକଟରେ ମୋନୁଙ୍କୁ ତାଙ୍କ ନମ୍ବର ମାଗିଥିଲେ।ମୋନୁ ମୋବାଇଲ୍ ବାହାର କରିବା ମାତ୍ରେ ଦୁର୍ବୃତ୍ତମାନେ ମୋନୁଙ୍କୁ ଉପାରକୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଦୁର୍ବୃତ୍ତମାନେ ୩ରୁ ୪ ରାଉଣ୍ଡ ଗୁଳିମାଡ କରିଥିଲେ। ଏଥିରେ ମୋନୁଙ୍କ ଛାତିରେ ଗୁଳି ବାଜିଛି। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ। ପରେ ସାଙ୍ଗମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଅଭିଯୁକ୍ତମାନେ ନିକଟରେ ଠିଆ ହୋଇଥିବା ମୋନୁଙ୍କ ସାଙ୍ଗମାନଙ୍କ ଉପରକୁ ମଧ୍ୟ ଗୁଳିମାଡ କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ସେମାନେ ବଞ୍ଚି ଯାଇଛନ୍ତି। ଗୁଳିମାଡ଼ କରିଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିଛି। ସେମାନେ ହେଲେ ଅର୍ଜୁନ ପଥରୋଡ ଓ ପିୟୁଷ ପଥରୋଡ। ଏହି ଦୁଇ ଜଣଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। କିଛି ଦିନ ପୂର୍ବେ କୌଣସି କଥାକୁ ନେଇ ଅଭିଯୁକ୍ତଙ୍କ ସହତ ମୋନୁଙ୍କର ଝଗଡା ହୋଇଥିଲା। ପାରସ୍ପରିକ ବିବାଦ ଯୋଗୁ ଏହି ଘଟଣା ଘଟିଥିବା କୁହାଯାଉଛି।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..