ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସାମ ଧୁବ୍ରି ଜିଲ୍ଲାରେ ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ବୁଡ଼ି ଯାଇଛି। ଡଙ୍ଗାରେ ୨୦ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ନିଖୋଜ ଥିବା ସୂଚନା ମିଳିଛି । ଆସାମ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସିଇଓ ଜ୍ଞାନେନ୍ଦ୍ର ଦେବ ତ୍ରିପାଠୀ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ପାଇବା ମାତ୍ରେ ବରିଷ୍ଠ ଜିଲ୍ଲା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଡଙ୍ଗା ହେଉଛି ସ୍ୱଦେଶୀ ନିର୍ମିତ ଏକ ଯାନ୍ତ୍ରିକ ଡଙ୍ଗା। ଏସଡିଆରଏଫ, ଏନଡିଆରଏଫ ଏବଂ ପୁଲିସ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..