ରିପୋର୍ଟ କାର୍ଡ / ବାଲିଅନ୍ତା
ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି | ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ସରକଣା ପଞ୍ଚାୟତ ଅନେ୍ଧାଟି ଗ୍ରାମରେ ଜମି ବିବାଦକୁ ନେଇ ବୋମାମାଡ଼ ହୋଇଥିବା ମିଳିଛି ସୂଚନା । ଏକ ଆଉଟ୍ ହାଉସ୍ ଉପରକୁ ବୋମାମାଡ଼ ହୋଇଥିବା ବେଳେ ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚିଛି ଏବଂ ତଦନ୍ତ ଆରମ୍ଭ କରିଛି ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..