ରିପୋର୍ଟ କାର୍ଡ / ଗଞ୍ଜାମ
ଭାଇକୁ ହତ୍ୟା କଲା ଭାଇ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ବଡ଼ବାପା ପୁଅ ଭାଇ ମାଡ଼ରେ ଦାଦାପୁଅ ଭାଇର ମୃତ୍ୟୁହୋଇଛି । ମୃତକ ହେଲେ କଂସ ପ୍ରଧାନଙ୍କ ପୁଅ କୁଲୁ ପ୍ରଧାନ। ସୂଚନା ଅନୁଯାୟୀ, ଜମିଜମା ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ସହ ଗଣ୍ଡଗୋଳ ହୋଇଥିଲା। ପରେ ବଡ଼ବାପା ପୁଅ ଭାଇ କୁଲୁ ପ୍ରଧାନକୁ ଶାବଳରେ ଆକ୍ରମଣ କରିଥିଲା। ଏହାଫଳରେ କୁଲୁର ମୁଣ୍ଡ ପଛ ପଟେ ଶକ୍ତ ଆଘାତ ଲାଗିଥିଲା। ତାକୁ ଗୁରୁତର ଅବସ୍ଥାରେ ଆଡ଼ପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର କୁଲୁକୁ ମୃତ ଘୋଷଣା କରିଥିଲେ। ଏହାପରେ ଘଟଣାସ୍ଥଳ ଏବଂ ମେଡିକାଲରେ ପାଟପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୁଲୁ ଖଲିଙ୍ଗୀ ବସଷ୍ଟାଣ୍ଡରେ ପରିବା ଦୋକାନ କରିଥିଲେ।






More Stories
୫ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ…..
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…..
ଓଡ଼ିଶା ଇଭି ପଲିସି ଅବଧି ବୃଦ୍ଧି…..