ରିପୋର୍ଟ କାର୍ଡ / ଭୁବନେଶ୍ୱର
ସହରାଞ୍ଚଳରେ ଘର ନିର୍ମାଣ କଲେ ଦେବାକୁ ପଡ଼ିବ ଜମି ମୂଲ୍ୟର ୩୦ ପ୍ରତିଶତ ପ୍ଲାନ୍ ଆପ୍ରୁଭାଲ ଫି। ନଗର ଉନ୍ନୟନ ବିଭାଗର ପ୍ରସ୍ତାବିତ ଏହି ନୂଆ ଡ୍ରାଫ୍ଟ ପଲିସିକୁ ନେଇ ଚିନ୍ତାରେ ସହରାଞ୍ଚଳରେ ଘର ନିର୍ମାଣ କରିବାକୁ ଲକ୍ଷ ରଖିଥିବା ଲୋକେ। ଗତ ୨୧ ତାରିଖରେ ଉନ୍ନୟନ କର୍ତ୍ତୃପକ୍ଷ ପ୍ଲାନିଂ ଏବଂ ବିଲ୍ଡିଂ ଷ୍ଟାଣ୍ଡାର୍ସ ପକ୍ଷରୁ ଆସିଛି ଏହି ସଂଶୋଧିତ ଡ୍ରାଫ୍ଟ ପଲିସି । ଏହାଦ୍ୱାରା ୨୦୧୭ ମସିହା ପରେ ଯେଉଁମାନେ ୯ ମିଟରରୁ କମ୍ ଚଉଡ଼ା ରାସ୍ତା ଥିବା ପ୍ଲଟ କିଣିଥିବେ ଅଡୁଆରେ ପଡ଼ିବେ। କାହିଁକି ନା ଘରର ପ୍ଲାନ୍ ଆପ୍ରୁଭାଲ ପାଇବାକୁ ହେଲେ ପ୍ଲଟ୍ରୁ ଅତି କମ୍ରେ ୯ ମିଟର ଚଉଡ଼ା ରାସ୍ତା ରହିବା ବାଧ୍ୟତାମୂଳକ କରାଯାଇଛି। ଯଦି ରାସ୍ତା ଚଉଡ଼ା କମ୍ ଥିବ, ତେବେ ଏହାକୁ ୯ ମିଟର କରିବା ଲାଗି ଜମି ମାଲିକଙ୍କୁ ମାଗଣାରେ ଜାଗା ଦେବାକୁ ପଡିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ପ୍ଲାନ ଆପ୍ରୁଭାଲ ବାବଦକୁ ଜମି ବେଞ୍ଚମାର୍କ ମୂଲ୍ୟର ୩୦ ପ୍ରତିଶତ ଦେବାକୁ ହେବ। ଅର୍ଥାତ ଯଦି ଜଣେ ୨୦ ଲକ୍ଷ ଟଙ୍କାର ଜମି କିଣୁଛନ୍ତି, ତାହେଲେ ତାଙ୍କୁ ପ୍ଲାନ ଆବେଦନ ବେଳେ କଂପାଉଣ୍ଡିଂ ଫି ବାବଦକୁ ୬ ଲକ୍ଷ ଟଙ୍କା ଦେବାକୁ ପଡିବ। ତା ସହ ଅନ୍ୟାନ୍ୟ ଫି ମଧ୍ୟ ରହିଛି। ତେବେ ଅଭିଯୋଗ ଓ ପ୍ରସ୍ତାବ ଦାଖଲ ଲାଗି ୧୫ ଦିନ ସମୟ ଦେଇଛି ନଗର ଉନ୍ନୟନ ବିଭାଗ। କୌଣସି ଅଭିଯୋଗ ନ ଆସିଲେ ୧୫ ଦିନ ପରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….