ରିପୋର୍ଟ କାର୍ଡ / ଭୁବନେଶ୍ୱର
ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ। ଶନିବାର ଠାରୁ ବସ୍ ଧର୍ମଘଟ ଡାକରା ଦେଇଥିଲା ଘରୋଇ ବସ୍ ମାଲିକ ସଂଘ। ମାଲିକ ସଂଘ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ସରକାରଙ୍କ ସହିତ ଆଲୋଚନା ସଫଳ ହୋଇଥିଲା। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ଜିଲ୍ଲା ସଦର ମହକୁମାକୁ ଚଳାଇବା ନିଷ୍ପତ୍ତିକୁ ଜିଲା ଘରୋଇ ବସ ମାଲିକ ସଂଘ ବିରୋଧ କରିଥିଲା । ଯାହାକୁ ନେଇ ଗଲା ୭ ଦିନ ଧରି ବିଭିନ୍ନ ଜିଲ୍ଲାରେ ଏକ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଶୁକ୍ରବାର ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ପରିବହନ ସଚିବ ଓ ପରିବହନ କମିଶନରଙ୍କ ସହିତ ଘରୋଇ ବସ ମାଲିକ ସଙ୍ଘର ଆଲୋଚନା ହୋଇଥିଲା । ଆଲୋଚନା ପରେ ବସ ଧର୍ମଘଟରୁ ଓହରିବ ବୋଲି ସଙ୍ଘ ନିଷ୍ପତ୍ତି ନେଇଛି । ବ୍ଲକକୁ ଜିଲ୍ଲାରୁ ବସ୍ ଗଡିବ ନାହିଁ ବୋଲି ଚଳିତ ମାସ ୨୪ ତାରିଖରୁ ରାଜ୍ୟ ବ୍ୟାପି ଧର୍ମଘଟ ଆନ୍ଦୋଳନ ଡାକରା ଦେଇଥିଲା ରାଜ୍ୟ ଘରୋଇ ବସ ମାଲିକ ସଂଘ।






More Stories
ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା: ଦୁଇଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ…..
OAS ଅଧିକାରୀଙ୍କୁ ରଥଯାତ୍ରା ଦାୟିତ୍ୱ……
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ପ୍ରବଳ ବର୍ଷୀବ…..