ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଋଣ ବୋଝରେ ବୁଡିଥିବା ଟେଲିକମ କମ୍ପାନୀ ଗୁଡିକ ପାଇଁ କେନ୍ଦ୍ର କ୍ୟାବିନେଟରେ ବୁଧବାର ବହୁ ପ୍ରତୀକ୍ଷିତ ରିଲିଫ ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏଥିସହିତ ଯାନବାହନ କ୍ଷେତ୍ର ପାଇଁ ପ୍ରଡକ୍ସନ ଲାଇନ ଇନସେଣ୍ଟିଭ (ପିଏଲଆଇ)କୁ ମଧ୍ୟ ମଞ୍ଜୁରୀ ମିଳିଛି। ଏକ ସୂତ୍ରରୁ ଜଣାଯାଇଛି ଯେ ଦୂରସଂଚାର କମ୍ପାନୀଗୁଡିକ କ୍ଷେତ୍ରରେ ଆଡଜେଷ୍ଟେଡ ଗ୍ରସ ରେଭିନ୍ୟୁ (ଏଡିଆର) ବକେୟା ଅର୍ଥ ପୈଠ ନିମନ୍ତେ ଚାରିବର୍ଷ ମୋରାଟୋରିୟମକୁ କେନ୍ଦ୍ର କ୍ୟାବିନେଟ ସବୁଜ ସଙ୍କେତ ପ୍ରଦାନ କରିଛି । ଏହା ସଂପ୍ରତି ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଭାରତର ଦୂରସଂଚାର କମ୍ପାନୀଗୁଡିକ ପାଇଁ ଏକ ବୃହତ ଆଶ୍ୱସ୍ତି ଆଣିଦେଇଛି। ବିଶେଷକରି ଭୋଡାଫୋନ ଆଇଡିଆ ଭଳି କମ୍ପାନୀ ଏହି ନିଷ୍ପତ୍ତି ଦ୍ୱାରା ଉପକୃତ ହେବ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..