ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଋଣ ବୋଝରେ ବୁଡିଥିବା ଟେଲିକମ କମ୍ପାନୀ ଗୁଡିକ ପାଇଁ କେନ୍ଦ୍ର କ୍ୟାବିନେଟରେ ବୁଧବାର ବହୁ ପ୍ରତୀକ୍ଷିତ ରିଲିଫ ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏଥିସହିତ ଯାନବାହନ କ୍ଷେତ୍ର ପାଇଁ ପ୍ରଡକ୍ସନ ଲାଇନ ଇନସେଣ୍ଟିଭ (ପିଏଲଆଇ)କୁ ମଧ୍ୟ ମଞ୍ଜୁରୀ ମିଳିଛି। ଏକ ସୂତ୍ରରୁ ଜଣାଯାଇଛି ଯେ ଦୂରସଂଚାର କମ୍ପାନୀଗୁଡିକ କ୍ଷେତ୍ରରେ ଆଡଜେଷ୍ଟେଡ ଗ୍ରସ ରେଭିନ୍ୟୁ (ଏଡିଆର) ବକେୟା ଅର୍ଥ ପୈଠ ନିମନ୍ତେ ଚାରିବର୍ଷ ମୋରାଟୋରିୟମକୁ କେନ୍ଦ୍ର କ୍ୟାବିନେଟ ସବୁଜ ସଙ୍କେତ ପ୍ରଦାନ କରିଛି । ଏହା ସଂପ୍ରତି ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଭାରତର ଦୂରସଂଚାର କମ୍ପାନୀଗୁଡିକ ପାଇଁ ଏକ ବୃହତ ଆଶ୍ୱସ୍ତି ଆଣିଦେଇଛି। ବିଶେଷକରି ଭୋଡାଫୋନ ଆଇଡିଆ ଭଳି କମ୍ପାନୀ ଏହି ନିଷ୍ପତ୍ତି ଦ୍ୱାରା ଉପକୃତ ହେବ।






More Stories
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..
ଦିଲ୍ଲୀ ସାଧନଗରରେ ଅଗ୍ନିକାଣ୍ଡ:୩ ଜଣ ଶିଶୁଙ୍କ ସମେତ ୭ ମୃତ…..
ନୂଆ ନିୟମ ଲାଗୁ କଲା ତୈଳ କମ୍ପାନୀ…..