Report Card Odisha

| Daily Odia News

ଦୀପାବଳିରେ ଫୁଟିବନି ବାଣ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗତ ବର୍ଷ ପରି ଚଳିତବର୍ଷ ଦୀପାବଳିରେ ମଧ୍ୟ ବାଣ ଫୁଟିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସହରରେ ପ୍ରଦୂଷଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ବାଣ ଉପରେ ନିଷେଦ୍ଧାଦେଶ ଜାରି ହୋଇଛି | ବାଣ ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାର ଉପରେ ବ୍ୟାନ୍‌ ଲାଗାଯାଇଛି। ଏଭଳି କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର,ସେ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ସିଏମ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ, ଗତ ବର୍ଷ ଭଳି ଦିୱାଲୀ ସମୟରେ ଦିଲ୍ଲୀରେ ପ୍ରଦୂଷଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ସମସ୍ତ ପ୍ରକାର ଫାୟାରକ୍ରାକର୍‌ ସଂରକ୍ଷଣ, ବିକ୍ରୟ ଏବଂ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗିବ। ଏହାପୂର୍ବରୁ ଜୁଲାଇରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ବାଣ ବ୍ୟବହାର ଉପରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି) ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । NGT ର ନିର୍ଦ୍ଦେଶରେ NCR ଏବଂ ଅନ୍ୟାନ୍ୟ ସହରରେ କରୋନା ମହାମାରୀ ସମୟରେ ସମସ୍ତ ଫାୟାରକ୍ରାକର ବିକ୍ରୟ ତଥା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଥିଲା।

Breaking News