ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୨ରେ ଅନୁଷ୍ଠିତ ହୋଇଥିବା ପ୍ରଥମ କ୍ୟାବିନେଟ୍ରେ ଶ୍ରୀମନ୍ଦିର ଅଧିନିୟମ ସଂଶୋଧନ ପ୍ରସ୍ତାବ ଉପରେ ଲାଗିଛି ମୋହର । ଆଜିର ଏହି କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ କୁ ମଞ୍ଜୁରୀ ମିଳିଛି । ଭିଡିଓ କନ୍ଫରେନ୍ସି ଜରିଆରେ ଏହି କ୍ୟାବିନେଟ୍ ବୈଠକ ବସିଥିଲା। ଏହି ଅଧ୍ୟାଦେଶ ଅନୁସାରେ, ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ-୧୯୫୪ରେ ସଂଶୋଧନ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏଣିକି ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତିକୁ ବିକ୍ରି, ଲିଜ ଓ ମଡଗେଜ ଆକାରରେ ହସ୍ତାନ୍ତର କରିବା ପାଇଁ ଏଣିକି ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡିବ ନାହିଁ । ପୂର୍ବରୁ ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡୁଥିଲା । କିନ୍ତୁ ଆଜିର ଏହି ଅଧ୍ୟାଦେଶ ବଳରେ ସବୁ କ୍ଷେତ୍ରରେ ଆଉ ଅନୁମତି ଦରକାର ହେବ ନାହିଁ । ଏବେ ଶ୍ରୀମନ୍ଦିର ପ୍ରଶାସକ, ପରିଚାଳନା କମିଟି, ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ । ଶ୍ରୀଜଗନ୍ନାଥ ମନ୍ଦିର ତଥା ମନ୍ଦିର ପରିଚାଳନା କମିଟି ଅଧୀନରେ ଅନେକ ସ୍ଥାବର ଓ ଜମିବାଡିର ମାଲିକାନା ସତ୍ୱ ରହିଛି । ଏଥିରେ ପରିବର୍ତନ ସହ ସଂପୃକ୍ତ ମାମଲାଗୁଡିକର ତୁରନ୍ତ ଫଇସଲା ଓ କଟକଣାକୁ ପ୍ରତିହତ କରିବ ଲାଗି ବିଭିନ୍ନ ଅଧିକାରୀଙ୍କୁ କ୍ଷମତା ସଂପନ୍ନ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
More Stories
ଶ୍ରୀମନ୍ଦିର ବାନାରେ ଶୂନ୍ୟଗଣ୍ଠି…..
ଗୃହ କମିଟି କଠନ ଦାବି କଲା କଂଗ୍ରେସ…..
ବିଶିଷ୍ଟ କବି ରମାକାନ୍ତ ରଥଙ୍କର ଶେଷକୃତ୍ୟ ସମ୍ପନ୍ନ…..