ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶିଶୁ ଯୌନ ଅଶ୍ଳୀଳତା ଭିଡିଓ ମାମଲାରେ ସିବିଆଇ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଦେଶର ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ସିବିଆଇ ଟିମ୍ ଚଢ଼ାଉ ଜାରିରଖିଛି । ସିବିଆଇର ଏହି କାର୍ଯ୍ୟକୁ ‘ଅପରେସନ ମେଘଦୂତ’ ବୋଲି କୁହାଯାଉଛି। ସିବିଆଇ ଅନୁଯାୟୀ, ଏହିପରି ଅନେକ ଗ୍ୟାଙ୍ଗକୁ ଚିହ୍ନଟ କରାଯାଇଛି ଯାହା କେବଳ ଶିଶୁ ଯୌନ ଅଶ୍ଳୀଳତା ଭିଡିଓ ସହ ଜଡ଼ିତ ସାମଗ୍ରୀ ଏବଂ ପିଲାମାନଙ୍କୁ ଶାରୀରିକ ଭାବେ ବ୍ଲାକମେଲ କରି ସେମାନଙ୍କୁ ବ୍ୟବହାର କରାଯାଇଥାଏ। ଏହି ଗ୍ୟାଙ୍ଗଗୁଡିକ ଉଭୟ ଗୋଷ୍ଠୀ ଗଠନ କରି ଏବଂ ବ୍ୟକ୍ତିଗତ ଭାବେ କାର୍ଯ୍ୟ କରିଥାନ୍ତି ବୋଲି କୁହାଯାଉଛି। ସିବିଆଇର ଇଣ୍ଟରପୋଲ ଜରିଆରେ ସିଙ୍ଗାପୁରରୁ ଏହି ମାମଲାର ସୂଚନା ମିଳିଥିଲା। ଏହାପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିବିଆଇର ଏହି ଚଢ଼ାଉ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ପାଟନା ସମେତ ୨୦ଟି ରାଜ୍ୟରେ ଚାଲିଛି। ଗତ ବର୍ଷ ମଧ୍ୟ ଏହି ଅପରେସନ ଚାଲିଥିଲା, ଯାହାର ନାମ ‘ଅପରେଶନ କାର୍ବନ’ ରହିଥିଲା।






More Stories
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….