Report Card Odisha

| Daily Odia News

ରେଳ ଅଧିକାରୀଙ୍କ ମୋବାଇଲ ସିଜ୍ କଲା ସିବିଆଇ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବାହାନଗା ଟ୍ରେନ ଦୁର୍ଘଟଣରେ ସିବିଆଇ ତଦନ୍ତ ଜାରିରହିଛି । ଆଜି ତଦନ୍ତର ଦ୍ୱିତୀୟ ଦିନରେ ସିବିଆଇର ୧୦ ଜଣିଆ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ କରିଛନ୍ତି । ତଦନ୍ତ ବେଳେ ରେଳ ଅଧିକାରୀଙ୍କ ମୋବାଇଲ ସିଜ୍ ହୋଇଥିବା ସୂଚନା ରହିଛି । ସେହିପରି କଲ୍ ରେକର୍ଡ, ହ୍ୱାଟସଆପ କଲ୍ ଓ ସୋସିଆଲ ମିଡିଆର ତଥ୍ୟ ସଂଗ୍ରହ କରୁଛି ସିବିଆଇ । ଏବେ ଏହି ସବୁ ମୋବାଇଲ ଏବଂ ଡାଟାକୁ ଅନୁଧ୍ୟାନ କରି ସିବିଆଇ ତଦନ୍ତ ଆଗକୁ ବଢାଇବାକୁ ଯାଉଛି । ସେହପରି ଦୁର୍ଘଟଣାର ଶିକାର ହୋଇଥିବା କରମଣ୍ଡଳ ଟ୍ରେନର ଲୋକପାଇଲଟଙ୍କୁ ମଧ୍ୟ ସିବିଆଇ ଜେରା କରିବ ବୋଲି ସୂଚନା ମିଳିଛି ।ଯାନ୍ତ୍ରିକ ତ୍ରୁଟି ନାଁ ମଣିଷକୃତ ହେରଫେର ଯୋଗୁଁ ଘଟିଲା ଅଘଟଣ ତାହାର ଖୋଳତାଡ଼ କରୁଛି ସିବିଆଇ ଟିମ୍ । ଦୁର୍ଘଟଣାରେ ଜଡ଼ିତ ପ୍ରତ୍ୟେକ ଲୋକଙ୍କ ସହ ଆଲୋଚନା କରି ତନ୍ଦନ୍ତ ଆଗକୁ ବଢାଇବାକୁ ଚିନ୍ତା କରୁଛି ସିବିଆଇ । ଅନ୍ୟପଟେ ଏହି ମାମଲାରେ ରେଲୱେ ମଧ୍ୟ ନିଜ ଆଡୁ ତଦନ୍ତ କରୁଛି । ରେଲୱେର ତଦନ୍ତକାରୀ ଟିମ୍ ଷ୍ଟେସନ ମାଷ୍ଟରଙ୍କୁ ରିପୋର୍ଟ ମାଗିଥିବା ସୂଚନା ରହିଛି ।

Breaking News