ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଛତିଶଗଡ ବିଜାପୁର ଜିଲ୍ଲା ତନୟା ଥାନା ଅଂଚଳରେ ମାଓବାଦୀମାନେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି । ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ତୋୟନାର ଅଞ୍ଚଳରେ ବିଜେପି ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ତିରୁପତି କଟଲାଙ୍କୁ ଅଟକାଇଥିଲେ ମାଓବାଦୀ । ପରେ ଟାଙ୍ଗିଆ ଓ ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ ପରେ ଛତିଶଗଡରେ ମାଓବାଦୀ ପୁଣି ସକ୍ରିୟ ଥିବାରୁ ଲୋକେ ଭୟଭୀତ ହୋଇଛନ୍ତି। ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ, ପୋଲିସ ତଦନ୍ତ ଆରମ୍ଭ କରିଛି ।






More Stories
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……
ବିମାନବନ୍ଦରରୁ ୧୪ ବିମାନ ସ୍ଥାନାନ୍ତରିତ…..
ଆମେରିକାରେ ଭାରତୀୟଙ୍କୁ ହତ୍ୟା…..