ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ନିଶାସକ୍ତ ଅବସ୍ଥାରେ କିଛି ଦିନ ତଳେ ଭଟିଣ୍ଡାର ଏକ ଗୁରୁଦ୍ବାରାକୁ ଯାଇଥିଲେ ବୋଲି ଅଭିଯୋଗ ହୋଇଛି। ଗୁରୁଦ୍ବାରାର ମର୍ଯ୍ୟାଦା କ୍ଷୁଣ୍ଣ କରିଥିବାରୁ ସେ କ୍ଷମା ମାଗନ୍ତୁ ବୋଲି ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟି (ଏସଜିପିସି) ଦାବି କରିଛି। କମିଟି ପକ୍ଷରୁ କୁହାଯାଇଛି ଯେ ମାନ୍ ଶିଖ ସଂପ୍ରଦାୟର ଅପମାନ କରିଛନ୍ତି। ଏପରିକି ମାନଙ୍କ ବିରୋଧରେ ବିଜେପି ନେତା ତେଜିନ୍ଦର ପାଲ୍ ବଗ୍ଗା ମଧ୍ୟ ଥାନାରେ ଅଭିଯୋଗ ଆଣିଛନ୍ତି। ତେବେ ମାନଙ୍କ ଦଳ ଆପ୍ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଆପ୍ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ଲାଗି ଏଭଳି ଷଡ଼ଯନ୍ତ୍ର କରାଯାଇଛି।






More Stories
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..