ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତଣ୍ଟିରେ କୋଳି ମଞ୍ଜି ଲାଗିଯିବାରୁ ୩ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଟିଗିରିଆ ଗାଁରେ। ମୃତ ଶିଶୁ ଜଣଙ୍କ ହେଲେ ଦୁର୍ଗାଶଙ୍କର ଜେନା। ଆଜି ସକାଳେ ଦୁର୍ଗାଶଙ୍କର ଅଙ୍ଗନବାଡ଼ି କେନ୍ଦ୍ରକୁ ପାଠ ପଢ଼ିବାକୁ ଯାଇଥିଲେ। ସେଠାରେ ସାଙ୍ଗମାନଙ୍କ ସହ ଅଁଳା ଗଛରୁ କୋଳି ବଛାଇ ଖାଇଥିଲେ। କୁଳି ଖାଇଲା ବେଳେ ମଞ୍ଜିଟି ତାଙ୍କ ତଣ୍ଟିରେ ଲାଗିଯାଇଥିଲା। ସେ କାଶି କାଶି ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ପିଲାଟିକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ।






More Stories
ସେତୁ ବନ୍ଧନ ଯୋଜନାରେ ହେବ ୩,୧୬୭ଟି ସେତୁ…..
ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା…..
ଖାତାକୁ ଗଲା ସୁଭଦ୍ରା ଟଙ୍କା…..