ରିପୋର୍ଟ କାର୍ଡ / କଟକ
ଚୀନ୍ର ଦକ୍ଷିଣ ପଶ୍ଚିମଭାଗରେ ପ୍ରବଳ ବର୍ଷା ହେବାରୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବନ୍ୟାରେ ୧୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି | ସେହିପରି ଚୋଙ୍ଗକ୍ବିଙ୍ଗ୍ ଅଞ୍ଚଳରେ ୪ଜଣ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି। ଏହି ଅଞ୍ଚଳର ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲକ୍ଷାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କେବଳ ସିଚୁଆନ୍ ପ୍ରଦେଶରେ ୮୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସେଠାକାର ପ୍ରଶାସନିକ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଭିନ୍ନ ଗାଁ ଓ ସହରରେ ବନ୍ୟାଜଳ ପ୍ରବେଶ କରିଥିବାରୁ ସେଠାରେ ଜଳବନ୍ଦୀ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସେନା ଓ ଅନ୍ୟ ଉଦ୍ଧାରକାରୀ ଦଳ ଡଙ୍ଗାରେ ସଂପୃକ୍ତ ଅଞ୍ଚଳକୁ ଯାଇଥିବା ଜଣାପଡ଼ିଛି। ସୂଚନାଥାଉ କି ପ୍ରାୟ ପ୍ରତିବର୍ଷ ଏହି ସମୟରେ ଚୀନ୍ର ବିଭିନ୍ନ ଭାଗରେ ବନ୍ୟା ହୋଇଥାଏ। ୨୦୨୧ରେ ଚୀନ୍ର ହିନାନ୍ ପ୍ରଦେଶରେ ବନ୍ୟା ଯୋଗୁଁ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ୧୯୯୮ରେ ଚୀନ୍ରେ ଭୟାବହ ବନ୍ୟା ଯୋଗୁଁ ୪ ହଜାରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।






More Stories
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..
ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…..