Report Card Odisha

| Daily Odia News

ସିଜେଆଇଙ୍କୁ ଚିଠି ଲେଖିଲେ ୨୧ ବିଚାରପତି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ହାଇକୋର୍ଟ ଓ ସୁପ୍ରିମକୋର୍ଟର ୨୧ଜଣ ଅବସରପ୍ରାପ୍ତ ବିଚାରପତି। ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚାଲିଛି ଉଦ୍ୟମ। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅବସରପ୍ରାପ୍ତ ବିଚାରପତି | ଏହି ଚିଠିରେ ଅବସରପ୍ରାପ୍ତ ବିଚାରପତିମାନେ ଅଭିଯୋଗ କରିଛନ୍ତି ଯେ ନ୍ୟାୟପାଳିକାକୁ ଦୁର୍ବଳ କରିବା ପାଇଁ କିଛି ଲୋକ ଉଦ୍ୟମ କରୁଛନ୍ତି। କେତେକ ଗୋଷ୍ଠୀ ସୁଚିନ୍ତିତ ଚାପ ସୃଷ୍ଟି କରିବା, ଭୁଲ ତଥ୍ୟ ପ୍ରଚାର କରିବା ତଥା ଜନସାଧାରଣଙ୍କ ଅପମାନ ବିସ୍ତାର କରି ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ନେଇ ଆମେ ମିଳିତ ଭାବରେ ଚିନ୍ତା ପ୍ରକଟ କରୁଛି ବୋଲି ଅବସରପ୍ରାପ୍ତ ବିଚାରପତିମାନେ କହିଛନ୍ତି। ରାଜନୈତିକ ସ୍ୱାର୍ଥ ଏବଂ ବ୍ୟକ୍ତିଗତ ଲାଭକୁ ଦୃଷ୍ଟିରେ ରଖି କିଛି ଉପାଦାନ ଦ୍ୱାରା ଏପରି କରାଯାଉଛି ବୋଲି ଚିଠିରେ ଅବସରପ୍ରାପ୍ତ ବିଚାରପତିମାନେ ଉଲ୍ଲେଖ କରିଛନ୍ତି। ଆମର ନ୍ୟାୟିକ ବ୍ୟବସ୍ଥାରେ ଲୋକଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏଭଳି ଚାପ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ସିଜେଆଇଙ୍କୁ ଦାବି କରିଛନ୍ତି। ଏଥିସହ ଆଇନ ପ୍ରଣାଳିର ପବିତ୍ରତା ଯେପରି ସୁରକ୍ଷିତ ରହିବ ସେ ଦିଗରେ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି। ଯେଉଁମାନେ ଏହି ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରେ ହାଇକୋର୍ଟର ୧୭ ଜଣ ପୂର୍ବତନ ବିଚାରପତି ଏବଂ ସୁପ୍ରିମକୋର୍ଟର ଚାରିଜଣ ପୂର୍ବତନ ବିଚାରପତି ଅଛନ୍ତି। ପ୍ରକାଶ ଥାଉକି, ଅବସରପ୍ରାପ୍ତ ବିଚାରପତିମାନେ ଏହି ଘଟଣାଗୁଡ଼ିକ ବିଷୟରେ ସବିଶେଷ ତଥ୍ୟ ଦେଇନାହାଁନ୍ତି। ତେବେ ଦୁର୍ନୀତି ମାମଲାରେ ବିରୋଧୀ ଦଳର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଶାସକ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଥିବା ବେଳେ ଏହି ଚିଠି ସାମ୍ନାକୁ ଆସିଛି।

 

Breaking News