ରିପୋର୍ଟ କାର୍ଡ / ବାଲେଶ୍ଵର
ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ଶ୍ରୀ ପଟ୍ଟନାୟକ ୧ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍ଘାଟନ ସହ ଶିଳାନ୍ୟାସ କରିବେ । ଏ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିପର୍ବକୁ ଜୋରଦାର କରାଯାଇଛି । ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ବାଲେଶ୍ୱର ଜିଲ୍ଲାପାଳଙ୍କ ସହିତ ପୋଲିସ ଲାଇନ୍ ପଡ଼ିଆ ସଭାସ୍ଥଳ ବୁଲି ଦେଖିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି । ଜିଲ୍ଲାର ୧୨ଟି ବ୍ଲକ ସମେତ ବାଲେଶ୍ୱର, ସୋର, ଜଳେଶ୍ୱର, ମ୍ୟୁନିସିପାଲିଟି ଏବଂ ରେମୁଣା ନୀଳଗିରି ଏନଏସିର ୩୬୪ କୋଟି ୬୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୫୭ଟି ପ୍ରକଳ୍ପକୁ ଲୋକାର୍ପିତ କରିବେ ଶ୍ରୀ ପଟ୍ଟନାୟକ। ସେହି ପରି ୧ ହଜାର ୪୨ କୋଟି ୬୯ଲକ୍ଷର ୧୦୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେଗୁଡ଼ିକ ମଧ୍ୟରେ ସୋମନାଥପୁର ରେଳବ୍ରିଜ୍, ହଳଦୀପଦାଠାରୁ ଦିଘା ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ସଡ଼କ, ହରଗଙ୍ଗା ପୋଖରୀର ନବୀକରଣ, ସୁବର୍ଣ୍ଣରେଖା ନଦୀ ଉପରେ ପୋଲ, ଚାନ୍ଦିୁରପାଇଁ ସ୍ୱତନ୍ତ୍ର ବିଦ୍ୟୁତଗ୍ରୀଡ଼ ଷ୍ଟେସନ ଇତ୍ୟାଦି ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପୋଲିସଲାଇନ୍ ପଡ଼ିଆରେ ହେଲିପ୍ୟାଡ଼ ନିର୍ମାଣ କରାଯାଇଛି ।






More Stories
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….
ଓଏଏସ୍ ସ୍ତରରେ ଅଦଳ ବଦଳ…..
ସ୍ୱତନ୍ତ୍ର ଟ୍ରେନରେ ରାଷ୍ଟ୍ରପତି ଙ୍କ ବ୍ରହ୍ମପୁର ଗସ୍ତ…..