ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଲେଶ୍ୱର ଜିଲ୍ଲାର ତିନିଜଣ ଜଟିଳ ମାଂସପେଶୀ ରୋଗ ପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଖନ୍ତାପଡାର କିରଣ କୁମାର ମଲ୍ଲିକ, ସୁରଜ କୁମାର ମଲ୍ଲିକ ଏବଂ ସିମୁଳିଆର ବିଦ୍ୟାଂଶୁ ଦୀକ୍ଷିତ ପୀଡିତ ଅଛନ୍ତି । ଉପରୋକ୍ତ ତିନି ଜଣ ରୋଗୀଙ୍କୁ ପ୍ରତ୍ୟେକ ଏକକାଳୀନ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମଂଜୁର କରାଯାଇଛି । ସୂଚନାଯୋଗ୍ୟ ଯେ ଜଟିଳ ମାଂସପେଶୀ ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ଅଟେ।






More Stories
ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ୍…..
ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!…..
ଆମ ବସ୍’ ଯାତ୍ରା ମାଗଣା…..