ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରୁ ଗତ ଏପ୍ରିଲ ମାସରେ କୋକେନ୍ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ହଜରତକୁ ଗିରଫ କରିଛି ପୋଲିସ । ଓଡ଼ିଶା ପୋଲିସର ଏସ୍ଟିଏଫ୍ ତାକୁ ଉତ୍ତର ପ୍ରଦେଶରୁ ଗିରଫକରିଥିବା ନେଇ ଜଣାପଡିଛି । ଉତ୍ତର ପ୍ରଦେଶ ପୋଲିସର ଏସ୍ଟିଏଫ୍ ସହାୟତାରେ ଓଡ଼ିଶାର ଏସ୍ଟିଏଫ୍ ଗାଜିଆବାଦରେ ଚଢ଼ାଉ କରି ଗୁଲବେଶ ଖାନ୍କୁ ଗିରଫ କରିଛି। ଗୁଲବେଶର ଘର ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲାର ଧର୍ମପୁରାରେ। ଗିରଫ କରିବା ପରେ ତାକୁ ଗାଜିଆବାଦ କୋର୍ଟରେ ହାଜର କରି ଓଡ଼ିଶା ଆଣୁଛି ଏସ୍ଟିଏଫ୍। ଉଲ୍ଲେଖ ଯୋଗ୍ୟ- ଗତ ଏପ୍ରିଲ ୧୨ ତାରିଖରେ ଭୁବନେଶ୍ୱରରୁ ୨୦୨ ଗ୍ରାମ କୋକେନ୍ ଜବତ କରାଯାଇଥିଲା। ଏହି ମାମଲରେ ଦୁଇ ଜଣ ଡ୍ରଗ୍ସ ମାଫିଆ- ବିଙ୍ଗଲୋର ସିଂହ ଓ ସନ୍ନି କୁମାରଙ୍କୁ ଗିରଫ କରାଯାଇଥିଲା। ଏ ଦୁହିଁଙ୍କ ଘର ରାଜସ୍ଥାନରେ। ପଚରାଉଚରା ବେଳେ ଗୁଲବେଶ୍ ଖାନ୍ ଠାରୁ କୋକେନ୍ ଆଣିଥିବା ନେଇ ରବି ଓ ସନ୍ନି ପୋଲିସକୁ କହିଥିଲେ। ଏହା ପରେ ତାକୁ ଧରିବାକୁ ଓଡିଶା ପୋଲିସ ଯୋଜନା ପ୍ରସ୍ତୁତ କରିଥିଲା | ଏଥିରେ ମଧ୍ୟ ଓଡିଶା ପୋଲିସ ସଫଳ ହୋଇଛି |






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……