ରିପୋର୍ଟ କାର୍ଡ / ଜୟପୁର
ବିକ୍ରମଦେବ କଲେଜର ପ୍ଲାଟିନମ ଜୁବଲି ଓ ବିଶ୍ୱବିଦ୍ୟାଳୟ ଘୋଷଣା ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଙ୍କ ଭୁରିଭୁରି ପ୍ରଶଂସା କରି ଜିନ୍ଦାବାଦ କରିଛନ୍ତି | ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କେବଳ ମଖ୍ୟମନ୍ତ୍ରୀ ନୁହଁନ୍ତି ବିଜେଡି ର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଆମର ସୌଭାଗ୍ୟ ଏଠାକୁ ମୁଖ୍ୟମନ୍ତ୍ରୀ ଆସିଛନ୍ତି, ଆଉ ଇତିହାସ ସୃଷ୍ଟି କରିଛନ୍ତି। ମୁଁ 5T ସଚିବ ପାଣ୍ଡିଆନ ସାରଙ୍କୁ ଧନ୍ୟବାଦ ଦେଉଛି। ବିକ୍ରମଦେବ କଲେଜରେ ୟୁନିଭରସିଟି ହୋଇଛି କିନ୍ତୁ ଅଡିଟୋରିୟମ ନାହିଁ। ଅଡିଟୋରିୟମ ନିର୍ମାଣ ପାଇଁ ସେ ଅନୁରୋଧ କରିଛନ୍ତି। କୋରାପୁଟ ରେ ପର୍ଯ୍ୟଟନର ବିକାଶକୁ ଅଧିକ କରିବା ପାଇଁ ସେ ନିବେଦନ କରିଛନ୍ତି। ବିଶେଷକରି ଗୁପ୍ତେଶ୍ୱର ମନ୍ଦିରର ନବୀକରଣ ପାଇଁ ସେ ନବୀନଙ୍କୁ ନିବେଦନ କରିଛନ୍ତି।






More Stories
ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା…..
ବିଜେଡିରେ ସୁଜାତା ସାମିଲ;ବିଜେଡି ୨ ଫାଳ!….
ମାଗଣା ମିଳିବ ସ୍କୁଲ୍ ବ୍ୟାଗ୍……