Report Card Odisha

| Daily Odia News

ଜନତାଙ୍କ ଜୀବନ ଯାଉ, କିନ୍ତୁ ଟ୍ୟାକ୍ସ ଆଦାୟ ଛାଡ଼ିବେନି ପ୍ରଧାନମନ୍ତ୍ରୀ: ରାହୁଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମଣ ଜାରି ରହିଥିବାବେଳେ ଟିକାକରଣ ଅଭିଯାନ ଜାରି ରହିଛି। କରୋନା ଭାକ୍ସିନ୍‌ ଦାମ୍‌ ନେଇ ଚର୍ଚ୍ଚା ହୋଇଥିଲା । ଏବେ ଭାକ୍ସିନ୍‌ ଉପରେ ଲାଗୁ ହେଉଥିବା ଜିଏସ୍‌ଟି ନେଇ ବିରୋଧୀ ଦଳ ପ୍ରଧାନକନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭ୍ୟାକ୍ସିନ ଉପରେ ଟ୍ୟାକ୍ସ ଆଦାୟକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଟ୍ୱିଟ କରି ଲେଖିଛନ୍ତି, ଜନତାଙ୍କ ଜୀବନ ଯାଉ, କିନ୍ତୁ ଟ୍ୟାକ୍ସ ଆଦାୟ ଛାଡ଼ିବେନି ପ୍ରଧାନମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାକ୍ସିନ୍‌ ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯିବାକୁ ସେ ନିନ୍ଦା କରିଛନ୍ତି। ବିଦେଶରୁ ଆମଦାନୀ ହେଉଥିବା ଭାକ୍ସିନ୍‌ ଉପରେ ଜିଏସ୍‌ଟି ହଟାଇ ଦିଆଯାଇଛି। ମାତ୍ର ଦେଶ ଭିତରେ ଭାକ୍ସିନ୍‌ କିଣିବା ଉପରେ ଜିଏସ୍‌ଟି କାହିଁକି ଲାଗୁ ହୋଇଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଉଲ୍ଲେଖ ଯୋଗ୍ୟକି – ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭ୍ୟାକ୍ସିନ କିଣିଲେ ଲାଗୁଥିବା ଜିଏସଟି ହଟାଇବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦାବି ଜଣାଇଥିଲେ । ଏହାପୂର୍ବରୁ ରାଜସ୍ଥାନ ଏବଂ ଛତିଶଗଡ ସରକାର ମଧ୍ୟ ଟିକା ଉପରେ ଜିଏସଟି ଲାଗୁ କରିବାକୁ ବିରୋଧ କରିଛନ୍ତି। ସରକାର ବିଦେଶରୁ ଆସୁଥିବା କରୋନା ଭ୍ୟାକ୍ସିନ ଉପରେୁ ଜିଏଟସି ହଟାଇ ଦେଇଛନ୍ତି । କିନ୍ତୁ ଦେଶ ଭିିତରେ ଭ୍ୟାକ୍ସିନ କିଣିଲେ ଏବେ ଜିଏସଟି ଦେବାକୁ ପଡ଼ୁଛି । କେନ୍ଦ୍ର ସରକାଙ୍କର ପକ୍ଷରୁ କରୋନା ସଞ୍ଜିବନୀ ଉପରେ ୫ ପ୍ରତିଶତ ଜିଏସଟି ଆଦାୟ କରାଯାଉଛି ।

Breaking News