ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ସଂଘର୍ଷ ସମୟରେ ଜଣେ କଂଗ୍ରେସ କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସରେ-, ମୁର୍ଶିଦାବାଦ ଜିଲ୍ଲାର ଖରଗ୍ରାମରେ ଅଜ୍ଞାତ ଆତତାୟୀମାନେ ଫୁଲ୍ଚନ୍ଦ ଶେଖ୍ ନାମରେ ଜଣେ କଂଗ୍ରେସ କର୍ମୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି ଅଧୀରରଞ୍ଜନ ଚୌଧୁରୀ କହିଛନ୍ତି, ଏହି ଆକ୍ରମଣ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ। ନିର୍ବାଚନ ପୂର୍ବରୁ ଆମ ଲୋକମାନଙ୍କ ଉପରେ ଆକ୍ରମଣ କରାଯିବ ବୋଲି ଆଶଙ୍କା ହେଉଥିଲା। ଏହି ଆକ୍ରମଣ ବିଷୟରେ ପୁଲିସଠାରୁ ରିପୋର୍ଟ ମଗାଯାଇଥିବା କଥା ରାଜ୍ୟ ନିର୍ବାଚନ କମିସନ୍ ଅଧିକାରୀମାନେ କହିଛନ୍ତି। ‘ତୃଣମୂଳ କଂଗ୍ରେସ’ ରାଜ୍ୟସଭା ସଦସ୍ୟ ଶାନ୍ତନୁ ସେନ୍ କହିଛନ୍ତି ଯେ, ପୋଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ଏହି ହତ୍ୟାକାଣ୍ଡ ରାଜନୀତି ସହିତ ଜଡ଼ିତ କି, ନୁହେଁ ତାହା ଜାଣିବା ଆବଶ୍ୟକ।






More Stories
JPSC ନିଯୁକ୍ତି ଅନିୟମିତତା ମାମଲାରେ ପୂର୍ବତନ ଅଧ୍ୟକ୍ଷ ଗିରଫ…..
ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ବିବୃତି ରଖିବେ ଅମିତ ଶାହ…..
ଝାରଖଣ୍ଡ ସରକାର-ଛାତ୍ରନେତା ଆଲୋଚନା ବିଫଳ……