Report Card Odisha

| Daily Odia News

କରୋନା ଲକ୍ଷଣ ଥିଲେ ସ୍କୁଲ ନ ଆସିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

କରୋନାର ନୂଆ ଭାରିଏଣ୍ଟ ଏବେ ଚିନ୍ତା ବଢ଼ାଇଛି | ଯେଉଁ ଦେଶରେ ବିପଦ ସୃଷ୍ଟି କରିଛି, ସେହି ଦେଶରୁ ଯେଉଁମାନେ ଆସିବେ ବିମାନବନ୍ଦରରେ ସେମାନଙ୍କର କୋଭିଡ ଟେଷ୍ଟ କରାଯିବ। ଯଦି ପଜିଟିଭ ଆସିଲା, ତାହେଲେ ସେମାନଙ୍କ ସାମ୍ପୁଲକୁ ଜେନଂ ସିକୁଏନ୍ସ ପାଇଁ ଆଇଏଲଏସକୁ ପଠାଯିବ। ବିଦେଶ ଫେରନ୍ତା ଉପରେ ରହିଛି ନଜର। ଯେଉଁମାନେ ବିଦେଶରୁ ଫେରିବେ, ସେମାନେ ୧୦ ଦିନ ସଙ୍ଗରୋଧରେ ରହିବେ। ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶ ନିରଞ୍ଜନ ମିଶ୍ର। ଆହୁରି କହିଛନ୍ତି, କରୋନାର ନୂଆ ଭାରିଆଣ୍ଟ ପାଇଁ ଖୁବ ଶୀଘ୍ର ଆଡ଼ଭାଇଜରି ଜାରି କରିବେ ରାଜ୍ୟ ସରକାର। ସମସ୍ତ ଜିଲ୍ଲାପାଳ, ସିଡ଼ିଏମଓ ଓ ମୁନସିପାଲିଟି କମିସନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି। ସ୍କୁଲ କଲେଜ ହଷ୍ଟେଲରେ ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଫୋକସରେ ତିନି ‘ଟି’ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ଦିଆଯାଇଛି। ସ୍କୁଲ କଲେଜରେ ଏବଂ ହଷ୍ଟେଲରେ ସ୍ୱତନ୍ତ୍ର ସଂଗରୋଧ କେନ୍ଦ୍ର କରିବା ପାଇଁ କୁହାଯାଇଛି। କୋଭିଡ ମାର୍ଗଦର୍ଶିକା ପାଳନ ପାଇଁ କୁହାଯାଇଛି। ସ୍କୁଲ କଲେଜ ହଷ୍ଟେଲରେ ସୁର୍ଭିଲାନସି କରିବା ପାଇଁ ନିର୍ଦେଶ ଦିଆଯାଇଛି। ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛ ସ୍କୁଲ ନ ଆସିବା ପାଇଁ କୁହାଯାଇଛି। ଲକ୍ଷଣ ଥିଲେ ତାଙ୍କର ତୁରନ୍ତ ଟେଷ୍ଟ କରାଯିବାକୁ ବି କୁହାଯାଇଛି। ଯେଉଁଠି ଅଧିକ ସଂକ୍ରମଣ ବାହାରିବ, ତାହାକୁ ସିଲ କରାଯିବା ସହ ପୂର୍ବ ନିୟମକୁ କଡାକଡି ପାଳନ କରାଯିବ। ସମସ୍ତେ ସତର୍କ ରହିଲେ ତୃତୀୟ ଲହରକୁ ଏଡ଼ାଇ ଯାଇପାରିବା।

Breaking News