Report Card Odisha

| Daily Odia News

ରାଜ୍ୟରେ ଆଜି ୮୮୬ କରୋନା ଆକ୍ରାନ୍ତ ଚିହ୍ନଟ, ୧୬ ମୃତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ଗତ ୨୪ ଘଣ୍ଟାରେ ୮୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬ଜଣଙ୍କର ମୃତ୍ୟୁ ହୋଇଛି | । ସଂଗରୋଧରୁ ୫୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୩୭୦ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୧୬୯ ପଜିଟିଭ୍ । ସମ୍ବଲପୁରରୁ ସର୍ବାଧିକ ୧୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୪, ବାଲେଶ୍ୱର ୩୬, ବରଗଡ ୧୦, ଭଦ୍ରକ ୧୧, ବଲାଙ୍ଗିର ୧୩, ବୌଦ୍ଧ ୫, କଟକ ୪୦, ଦେବଗଡ ୧୫, ଢେଙ୍କାନାଳ ୧୦, ଗଜପତିରୁ ୨୩ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୧୬, ଜଗତସିଂହପୁର ୧୪, ଯାଜପୁର ୩୨, ଝାରସୁଗୁଡା ୨୦, କଳାହାଣ୍ଡି ୧୨, କନ୍ଧମାଳ ୨୫, କେନ୍ଦ୍ରାପଡା ୧୮, କେନ୍ଦୁଝରରେ ୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଖୋର୍ଦ୍ଧାରୁ ୮୬, କୋରାପୁଟ ୬୬, ମାଲକାନଗିରି ୩, ମୟୂରଭଞ୍ଜ ୨୩, ନବରଙ୍ଗପୁର ୧୩, ନୟାଗଡ ୨୦, ନୂଆପଡା ୧୯, ପୁରୀ ୮, ରାୟଗଡା ୨୨, ସୋନପୁର ୨୫, ସୁନ୍ଦରଗଡ ୭୯ ଷ୍ଟେଟପୁଲରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୬୩୯ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୬୩ ହଜାର ୧୦୬ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୮୦, ୭୮୪କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ୮ ହଜାର ୬୬୪ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସେହିପରି ରାଜ୍ୟରେ ୧୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୬୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୭ ଜଣ ରହିଥିବା ବେଳେ ଭଦ୍ରକ, କଟକ, ଢ଼େଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଛନ୍ତି । ସେହିପରି ବଲାଙ୍ଗୀର ଜଣେ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ଘଟିଛି ।

Breaking News