ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ୨୬୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି | ସେହି ସମୟ ମଧ୍ୟରେ ୩୦୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୫୩ ଓ ସ୍ଥାନୀୟ ସଂକ୍ରମିତ ୧୧୦ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୪ ଜଣ ରହିଥିବା ଜଣାଯାଇଛି । ବାଲେଶ୍ୱର ଜିଲାରେ ୭, ଭଦ୍ରକ ୨, ବଲାଙ୍ଗିର ୨, କଟକ ୨୧, ଦେବଗଡ ୭, ଢେଙ୍କାନାଳ ୫, ଗଜପତିରେ ୯ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ୩, ଜଗତସିଂହପୁର ୨, ଯାଜପୁର ୧୦, ଝାରସୁଗୁଡା ୧, କେନ୍ଦ୍ରାପଡା ୨, କେନ୍ଦୁଝର ୨, ଖୋର୍ଦ୍ଧାରେ ୧୨୯ ଜଣଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ କୋରାପୁଟ ୧, ମୟୁରଭଞ୍ଜ ୪, ନବରଙ୍ଗପୁର ୨, ପୁରୀ ୭, ସମ୍ବଲପୁର ୬, ସୁନ୍ଦରଗଡ ୯ ଓ ଷ୍ଟେଟପୁଲରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୨୮୮୪ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୪୯୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୩ ମୃତକଙ୍କ ମଧ୍ୟରେ
ଖୋର୍ଦ୍ଧାରୁ ୨ ଜଣ ଓ ମୟୁରଭଞ୍ଜ ଜିଲାରୁ ଜଣେ ଥିବା ଜଣାଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୭୩ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Discussion about this post