ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶ ଅନ୍ଧାର ସମୟ ଦେଇ ଗତି କରୁଛି |ଏକତା ବର୍ତ୍ତମାନ ସମୟର ଆବଶ୍ୟକତା | ୫୦ ବର୍ଷ ତଳର ଲୋକପ୍ରିୟ ବେଙ୍ଗଲୀ ଫିଲ୍ମର ଗୋଟିଏ ଗୀତକୁ ମନେ ପକାଇ ଏଭଳି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପାର୍କ ଷ୍ଟ୍ରିଟରେ ଥିବା ଆଲେନ ପାର୍କରେ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମର ଉଦଘାଟନ କରିବା ବେଳେ ମମତା ଏପରି କହିଛନ୍ତି।ମମତା କହିଛନ୍ତି, “ଆମ୍ମି ଓନ୍ଧୋକାରେର ଯାତ୍ରୀ, ପ୍ରଭୁ ଆଲୋର ଦ୍ରିଷ୍ଟି ଦାଓ ବା ମୁଁ ଅନ୍ଧାକାର ଦେଇ ଗତି କରୁଛି, ପ୍ରଭୁ ମୋତେ ଆଲୋକର ରାସ୍ତା ଦେଖାଅ।” ମମତା ବାନାର୍ଜୀ ପ୍ରଖ୍ୟାତ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ଏହି ଗୀତକୁ ମନେ ପକାଇ ଏକତା ଓ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଛନ୍ତି।






More Stories
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..
ଖାଲି ଗୃହିଣୀ ନୁହେଁ ସେମାନେ ରାଷ୍ଟ୍ର ନିର୍ମାତା…..