ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚିଟ୍ଫଣ୍ଡ ସଂସ୍ଥା ସୂର୍ଯ୍ୟ ନିର୍ମାଣ ରିସୋରସେସ୍ ପ୍ରାଇଭେଟ୍ ଲିମିଟେଡ୍ର ସମ୍ପତ୍ତି ବ୍ୟାଜପ୍ତି ପାଇଁ ନିର୍ଦ୍ଦେଶ ହୋଇଛି। ସଂସ୍ଥାର ମୋଟ୍ ୨ କୋଟି ୭ ଲକ୍ଷ ୮୫ ହଜାର ୩୪୯ ଟଙ୍କାର ସମ୍ପତ୍ତି ବ୍ୟାଜପ୍ତି ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ | ସଂସ୍ଥା ନାଁରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଥିବା ୧୭ ଏକର ୪୬ ଡିସିମିଲ୍ ରହିଛି। ସେହି ସମ୍ପତ୍ତିକୁ ନିଲାମ ଜରିଆରେ ବିକ୍ରି କରି ବିକ୍ରିଲବ୍ଧ ଅର୍ଥ ଜମାକାରୀଙ୍କ ମଧ୍ୟରେ ବାଣ୍ଟିଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ମିଶାଇ କଟକ ଚିଟଫଣ୍ଡ କୋର୍ଟ ମୋଟ ୨୫ଟି କମ୍ପାନୀର ସମ୍ପତ୍ତି ବ୍ୟାଜପ୍ତି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ସୁବ୍ରତ କୁମାର ମହାନ୍ତି।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……