ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ବଢୁଥିବା ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ କହିଛନ୍ତି, ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । କିନ୍ତୁ ଆକ୍ଟିଭ୍ କେସ୍ କିଛି ପରିମାଣରେ ବଢିଛି । ବର୍ତ୍ତମାନ ଆକ୍ଟିଭ କେସ୍ ୬୨୯ ରହିଛି । ସେଥିରୁ ଅଧିକାଂଶ ହୋମ୍ ଆଇସୋଲେସନରେ ରହିଛନ୍ତି । ମେଡ଼ିକାଲରେ ମାତ୍ର ୧୨ଜଣ ରହିଛନ୍ତି । ରବିବାର ୧୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତଥାପି ଅନ୍ୟ ରାଜ୍ୟ ଅପେକ୍ଷା ଆମ ସ୍ଥିତି ଭଲ ରହିଛି । ରାଜ୍ୟ ସାରା ଦୁଇ ଦିନିଆ ମକଡ୍ରିଲ୍ ଆରମ୍ଭ ହୋଇଛି । ଲୋକଙ୍କୁ ଅପିଲ୍ କରୁଛୁ ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରାଇ ନିଅନ୍ତୁ । ଅବେହେଳା ନ କରି ଡାକ୍ତରଙ୍କ ପରାମର୍ଶ ନେଇ ହୋମ୍ ଆଇସୋଲେସନରେ ରହିବା ସହ ଲକ୍ଷଣ ଥିବା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ ବୋଲି ଜନସ୍ବାସ୍ଥ୍ୟା ନିର୍ଦ୍ଦେଶକ କହିଛନ୍ତି ।






More Stories
ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି:୧୦୮ ଗରା ଜଳରେ କରିବେ ସ୍ନାନ…..
ସ୍ନାନ ଯାତ୍ରା ପ୍ରସ୍ତୁତି;ପହଣ୍ଡି ପ୍ରାତଃ ୫ ଟା ରୁ!…..
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……