Report Card Odisha

| Daily Odia News

ମାର୍ଚ୍ଚ ୧୧ ବେଳକୁ କମିବ କରୋନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାମାରୀ କରୋନା ମାର୍ଚ୍ଚ ୧୧ ବେଳକୁ କମିବ । ଆଉ କିଛି ଅଞ୍ଚଳରେ ସୀମିତ ରହିଯିବ ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଏପିଡେମିଓଲୋଜିକାଲ୍ ବିଭାଗର ମୁଖ୍ୟ ସମୀରାନ୍ ପଣ୍ଡା କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି ତେବେ ଓମିକ୍ରନ ଡେଲଟାର ସ୍ଥାନ ନେଲେ ଓ ନୂଆ ଭାରିଆଣ୍ଟ ନଆସିଲେ ଏହା ସମ୍ଭବ। ତାଙ୍କ କହିବା ମୁତାବକ, ଯଦି ଆମେ କରୋନା କଟକଣା ମା‌ନେ ଏବଂ କୌଣସି ନୂତନ ଭାରିଆଣ୍ଟ ଉତ୍ପନ୍ନ ନହୁଏ, ତେବେ ମାର୍ଚ୍ଚ ୧୧ସୁଦ୍ଧା କୋଭିଡ ଏଣ୍ଡେମିକରେ ପରିଣତ ହେବ। ଏହା ସହ ଯଦି ଓମିକ୍ରନ୍ ଡେଲଟାର ସ୍ଥାନ ନିଏ, ତେବେ ଏହା ଏଣ୍ଡେମିକରେ ପରିଣତ ହୋଇଯିବ ବୋଲି ସେ କହିଛନ୍ତି। ତେବେ ଏଥିପାଇଁ ଆଗାମୀ ଦିନର ସଂକ୍ରମଣକୁ ଦେଖିବାକୁ ହେବ। ବିଭିନ୍ନ ରାଜ୍ୟରେ ସଂକ୍ରମଣ ହାର ଭିନ୍ନ ଭିନ୍ନ ରହିଛି। ତେଣୁ ଆଗାମୀ ଦିନର ସଂକ୍ରମଣକୁ ଦେଖିବା ପରେ କରୋନା ସଂକ୍ରମଣ ଏଣ୍ଡେମିକ ହେବ କି ନାହିଁ କହି ହେବ ବୋଲି ସେ କହିଛନ୍ତି। ତେବେ ଗତକାଲି ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମ ଥିଲେ ବି ଆଜି ଏହି ସଂଖ୍ୟା ପୁଣି ବଢ଼ିଛି। ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୨,୯୭୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୪୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୪୪,୮୮୯ ଅଧିକ ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୭୯,୦୧,୨୪୧ରେ ପହଞ୍ଚିଛି।

Breaking News