ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣା କରିଛି | କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ୨୫ଟି ରାଜ୍ୟକୁ ସହାୟତା ରାଶି ପ୍ରଦାନ କରାଯାଇଛି । ମୋଟ ୮,୯୨୩.୮ କୋଟିର ଅନୁଦାନ ମଞ୍ଜୁର କରାଯାଇଛି । ଆନ୍ଧ୍ରପ୍ରଦେଶକୁ ୩୮୭. ୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅରୁଣାଞ୍ଚଳ ପ୍ରଦେଶକୁ ୩୪ କୋଟି, ଆସାମକୁ ୨୩୭.୨ କୋଟି, ବିହାରକୁ ୭୪୧.୮ କୋଟି, ଛତିଶଗଡକୁ ୨୧୫ କୋଟି, ଗୁଜୁରାଟକୁ ୪୭୨.୪ କୋଟି, ହରିୟାଣାକୁ ୧୮୭ କୋଟି, ହିମାଚଳ ପ୍ରଦେଶକୁ ୬୩.୪ କୋଟି, ଝାଡଖଣ୍ଡକୁ ୨୪୯.୮ କୋଟି, କର୍ଣ୍ଣାଟକକୁ ୪୭୫.୪ କୋଟି, କେରଳକୁ ୨୪୦.୬ କୋଟି, ମଧ୍ୟ ପ୍ରଦେଶକୁ ୫୮୮.୮ କୋଟି, ମହାରାଷ୍ଟ୍ରକୁ ୮୬୧.୪ କୋଟି, ମଣିପୁରକୁ ୨୬.୨ କୋଟି, ମିଜୋରାମକୁ ୧୩.୮ କୋଟି, ଓଡିଶାକୁ ୩୩୩. ୮ କୋଟି ପ୍ରଦାନ କରାଯାଇଛି । ସେହିପରି ପଞ୍ଜାବକୁ ୨୦୫.୨ କୋଟି, ରାଜସ୍ଥାନକୁ ୫୭୦.୮ କୋଟି, ସିକିମକୁ ୬.୨ କୋଟି, ତାମିଲନାଡୁକୁ ୫୩୩.୨ କୋଟି, ତେଲେଙ୍ଗାନାକୁ ୨୭୩ କୋଟି, ତ୍ରିପୁରାକୁ ୨୮.୨ କୋଟି, ଉତ୍ତର ପ୍ରଦେଶକୁ ୧୪୪୧.୬ କୋଟି, ଉତ୍ତରାଖଣ୍ଡକୁ ୮୫ କୋଟି, ପଶ୍ଚିମବଙ୍ଗକୁ ୬୫୨. ୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।
More Stories
ପ୍ରବାସୀଙ୍କୁ ଆମେରିକା ଛାଡିବାକୁ ଟମ୍ପ୍ଙ୍କ ନିର୍ଦ୍ଦେଶ……
ଗଠନ ହେବ ଓଡିଶା ରାଜ୍ୟ ରାଜପଥ ପ୍ରାଧିକରଣ….
ସିଗାରେଟ୍ ଭିତରେ ଗଞ୍ଜେଇ ଜବତ…..