ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହୁରି ୨୮ଟି ମୃତଦେହ ଚିହ୍ନଟ ହୋଇପାରିନାହିଁ | ଭୁବନେଶ୍ୱର ଏମ୍ସରେ ଥିବା ବେଳେ ସେଗୁଡ଼ିକର ଅନ୍ତିମ ସଂସ୍କାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସେଗୁଡ଼ିକର ଅନ୍ତିମ ସଂସ୍କାର କରାଯିବ। DNA ଟେଷ୍ଟ ପରେ ମଧ୍ୟ ଚିହ୍ନଟ ହୋଇ ନ ପାରିବାରୁ ଭୁବନେଶ୍ୱର AIIMSରେ ରଖାଯାଇଥିବା ଏହି ମୃତଦେହଗୁଡ଼ିକର ଅନ୍ତିମ ସଂସ୍କାର କରିବା ପାଇଁ ଅଗଷ୍ଟ ୨୫ ତାରିଖରେ ସିବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ ଅକ୍ଟୋବର ୭ ତାରିଖରେ ଅର୍ଥାତ୍ ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିବା ପରେ ଅଚିହ୍ନା ମୃତ ଶରୀରଗୁଡ଼ିକର ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଏମ୍ସି।ଗାଇଡଲାଇନ ଅନୁଯାୟୀ , ଭରତପୁରରେ ଏହି ଅଚିହ୍ନା ଶବଗୁଡ଼ିକର ସଂସ୍କାର କରାଯିବ। ଏମ୍ସରୁ ଭରତପୁର ପର୍ଯ୍ୟନ୍ତ ଶବଗୁଡ଼ିକୁ ନେବାକୁ ବିଏମ୍ସି ଗାଡ଼ି ବ୍ୟବସ୍ଥା କରିବ। ବିଏମ୍ସିର ମେକାନିକାଲ ଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଏମ୍ସର ନିର୍ଦ୍ଦେଶକ ମୃତଶରୀରଗୁଡ଼ିକୁ ବିଏମ୍ସିର ହେଲ୍ଥ ଅଫିସରଙ୍କୁ ହସ୍ତାନ୍ତର କରିବେ। ଏହି ହସ୍ତାନ୍ତର ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ନୀତିନିୟମ ଓ ଗାଇଡଲାଇନକୁ ପାଳନ କରାଯିବ। ବିଏମ୍ସି ହେଲ୍ଥ ଅଫିସର ମୃତଦେହଗୁଡ଼ିକୁ ଗ୍ରହଣ କରିବା ପରେ ସେଗୁଡ଼ିକର ଆବଶ୍ୟକ ରେକର୍ଡ ରଖିବେ |






More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି……
ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ…..
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..