ରିପୋର୍ଟ କାର୍ଡ / ଭୁବନେଶ୍ୱର
ପାରଦୀପରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ମାମଲାରେ ହୋଇପାରେ କ୍ରାଇମବ୍ରାଞ୍ଚ ତଦନ୍ତ | ଡିଜିପି ସୁନିଲ ବଂଶଲ ପ୍ରତିକ୍ରିୟା ରଖି କହିଛନ୍ତି ରୁଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ପୋର୍ଟ କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସକୁ ଜଣାଇଛନ୍ତି । ପୋଲିସ ଏନେଇ ଖବର ପାଇବା ପରେ ପାରାଦୀପ ପୋର୍ଟ ଆଙ୍କରାଜରେ ଥିବା ଜାହାଜରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ରୁଷୀୟ ନାଗରିକ ଜାହାଜର ମୁଖ୍ୟ ଇଞ୍ଜିନିୟର ଥିଲେ । ମୃତ ଚିଫ୍ ଇଞ୍ଜିନିୟରଙ୍କ ନାଁ ସର୍ଗେଲ ମିଲାକୋଉ ବୋଲି ସୂଚନା ମିଳିଛି । ଦରକାର ପଡ଼ିଲେ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ |
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..